ନୂଆଦିଲ୍ଲୀ: ମୋ ବସ୍ ସେବାକୁ ମିଳିଲା ଜାତୀୟ ସ୍ୱୀକୃତି। କ୍ରୁଟ୍କୁ ମିଳିଲା ସିଟିଜ୍ ଆୱାର୍ଡ଼।ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ୟ୍ୟକ୍ରମରେ କ୍ରୁଟ୍ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି ।ତେବେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଲୋକଙ୍କ ସହଜ ଯାତାୟତ ଓ ବଜାରର ଚାହିଦା ଅନୁସାରେ କ୍ରୁଟ୍ ମୋ ବସ୍ ସେବାର ଅଭିନବ ଓ ନିପାଦ ୟାତ୍ରା ଯୋଗାଇ ଦେଉଛି ।ନିଜ ଗାଡ଼ି ଛାଡ଼ି ଲୋକ ବ୍ୟବହାର କରୁଛନ୍ତି ମୋ ବସ୍ । ତେବେ ମହିଲାଙ୍କ ପାଇଁ ସିଟ୍ ସଂରକ୍ଷଣ ସହ ଦିବ୍ୟାଙ୍ଗ ୟାତ୍ରୀଙ୍କ ଟିକେଟ୍ ମୂଲ୍ୟରେ ରିହାତି ବ୍ୟବସ୍ଥା ହୋଇଛି । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଅନେକ ସୁବିଧା ସୁଯୋଗ ସହ ୫୦ ପ୍ରତିଶତ ରିହାତି ହେଉଛି | ତେବେ ଏହି ଆୱାର୍ଡ ପାଇଁ ଜୁଲାଇ ୨୬ରେ ଘୋଷଣା କରାଯାଇଥିଲା | ଗତ ଗୁରୁବାର ଦିନ ବିଧିବଦ୍ଧ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।