ପୁଅ ମାଡରେ ଚାଲିଗଲା ମା’ର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ । ପଟ୍ଟାମୁଣ୍ଡାଇ ବ୍ଳକ ଔପଦା ପଞ୍ଚାୟତ ବିଶୁନୁପୁରୁ ଗାଁର ମନୋରଞ୍ଜନ ମଳିକ ସବୁବେଳେ ମଦ ପିଇ ଘରକୁ ଆସି ମାଡପିଟ କରେ ପୁଅ । ଯାହାକୁ ବାରଣ କରିଥାନ୍ତି ମା’ । ସେଇଭଳି ଗତକାଲି ମନୋରଞ୍ଜନ ବିଳମ୍ବିତ ରାତିରେ ମଦ ପିଇ ପୁଅ ଘରକୁ ଆସି ନିଜ ସ୍ତ୍ରୀକୁ ମାରପିଟ କରୁଥିବା ସମୟରେ ମା’ ଶାନ୍ତିଲତା ମଳିକ ପ୍ରତିବାଦ କରିଥିଲେ । ଯାହାପରେ ପୁଅ ନିଜ ମା’ଙ୍କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ମା’ଙ୍କ ମୃତ୍ୟୁ ହୋଇଛି । ସେପଟେ ଖବର ପାଇ ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରୁଛି ପୁଲିସ୍ ।