ଆଉ ଦିନକ ପଇଁ ବଢିଲା ସକାଳୁଆ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ଗୁଳୁଗୁଳି ସହ ଗରମ ଜାରି ରହିଛି । ଏନେଇ ପାଣିପାଗ ବିଭାଗର ରିପୋର୍ଟକୁ ଦେଖି ଆଉ ଦିନକ ପଇଁ ବଢିଲା ସକାଳୁଆ ସ୍କୁଲ ।ଶୁକ୍ରବାର ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ସେହିଭଳି ୨୨ତାରିଖ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ପରିଚାଳନା କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଣ ପାଇଛି ।
ସୂଚନା ଅନୁଯାୟୀ , ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୮ ତାରିଖରୁ ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଛି । ସକାଳ ୬ଟା ୩୦ରୁ ୧୦ ଟା ୩୦ ପର୍ଯ୍ୟନ୍ତ ପଠପଢା ହେଉଛି । ପୂର୍ବ ନିଷ୍ପତ୍ତି ଅନୁସାରେ କେନ୍ଦୁଝର , ଦେବଗଡ, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା , ପୁରୀ, ଢେଙ୍କାନାଳ, ଯାଜପୁର, ରାୟଗଡା , କୋରାପୁଟ, କନ୍ଧମାଳ , କଳାହାଣ୍ଡି ଆଦି ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିଲା । ୧୫ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବା ବେଳେ ୧୧ ଜିଲ୍ଲାରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିଲା ।