ବିଧାନସଭାରେ ବିରୋଧିଙ୍କ ଝଡ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ମୌସୁମୀ ଅଧିବେଶନ ର ଦ୍ୱିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ବ ହେଉ ହେଉ ବିଧାନ ସଭାରେ ଉଠିଲା ବିରୋଧିଙ୍କ ଝଡ । ତୈଳଦର ବୃଦ୍ଦିକୁ ନେଇ କଂଗ୍ରେସ ହୋହାଲା କରିଥିବା ବେଳେ ଶିକ୍ଷକ ସମସ୍ୟା ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ମାନେ ହୋହାଲା କରିଛନ୍ତି, ଯାହା ଫଳରେ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

ସେପଟେ ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି କି ଗୃହରେ ବହୁ ଗୁରୁତ୍ୱପୂର୍ଣ ସମସ୍ୟା ବିଷୟରେ ଆଲୋଚନା ହେବାର ଥିଲା, କିନ୍ୁ ହଟ୍ଟଗୋଳ କରି ଗୃହକୁ ବନ୍ଦ କରିଦେଲେ ।

ଏହାର କଡା ଜବାବ ରଖି କଂଗ୍ରେସ ନେତା ତାରା ବାହୀନ କହିଛନ୍ତି କି ବିଜେଡି ବିଜେପି ଙ୍କର ଏହା ଏକ ମିଶ୍ରିତ ଡ୍ରାମା ।