ଟୁରିଷ୍ଟ ବୋଟ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ଜଳିଗଲା ସମ୍ପୂର୍ଣ୍ଣ ବୋଟ୍‌

ଟୁରିଷ୍ଟ ବୋଟ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ପାରାଦୀପ ନେହେରୁ ବଙ୍ଗଳା ଠାରେ ଟୁରିଷ୍ଟ ମାନଙ୍କ ପାଇଁ ରଖାଯାଇଥିବା ଏକ ବୋଟ୍‌ରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି।

(ପାରାଦୀପ) : ଟୁରିଷ୍ଟ ବୋଟ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ପାରାଦୀପ ନେହେରୁ ବଙ୍ଗଳା ଠାରେ ଟୁରିଷ୍ଟ ମାନଙ୍କ ପାଇଁ ରଖାଯାଇଥିବା ଏକ ବୋଟ୍‌ରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ବୋଟ୍‌ଟି ସମ୍ପୂର୍ଣ୍ଣ ଭାବରେ ଭସ୍ମୀଭୂତ ହୋଇଯାଇଛି। ଘଟଣାସ୍ଥଳରେ ମେରାଇନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ପାରାଦୀପ ନେହେରୁ ବଙ୍ଗଳାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବୋଟିଂର ବ୍ୟବସ୍ଥା କରାଯାଇଥିଲା। ଏହି ବୋଟ୍‌ରେ ଗତକାଲି ରାତିରେ କେହି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି। ତେବେ ପ୍ରଶାସନ ପକ୍ଷରୁ ବୋଟିଂ ବ୍ୟବସାୟ କରିବା ପାଇଁ ଲିଜ୍ ଦିଆଯାଉଥିବା ବେଳେ ପ୍ରଦୀପ୍ତ କୁମାର ସାହୁ ଏହାକୁ ଲିଜ୍ ମାଧ୍ୟମରେ ନେଇ ବ୍ୟବସାୟ କରୁଥିଲେ। ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ ନେହେରୁ ବଙ୍ଗଳାକୁ ବୁଲାବୁଲି କରିବା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ନେଇ ପ୍ରଦୀପ୍ତ ବୋଟ୍ ଟିକୁ ମାଛଧରା ବନ୍ଦର ଭିତରେ ରଖିଥିଲେ। ତେବେ ଗୁରୁବାର ରାତିରେ କେହି ଦୁର୍ବୃତ୍ତ ବୋଟ୍ ରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି ।