ଗିରଫ ହେଲେ କୋଟିପତି କିରାଣୀ

ବଲାଙ୍ଗୀର– ଭିଜିଲାନ୍ସ ପଞ୍ଝାରେ କୋଟିପତି କିରାଣୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଟକ କୋଟିପତି କିରାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ ।ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକର ବରିଷ୍ଠ କିରାଣୀ ରବିନ୍ଦ୍ର କୁମାର ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏ ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଭିଜିଲାନ୍ସ ଡିଏସ୍ପି ସଦାନନ୍ଦ ପାଣି । ଗତକାଲି ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରବୀନ୍ଦ୍ରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଗୁଡଭେଲା ବ୍ଲକ ଅନ୍ତର୍ଗତ ଡାହିମାଲ ନିକଟ ଡୁଙ୍ଗୁରିପାଲି ଗାଁରେ ଥିବା ରବୀନ୍ଦ୍ରଙ୍କ ପୈତୃକ ଘର, ତୁଷୁରାରେ ଥିବା ଘର, ବଲାଙ୍ଗୀର ସାଗରପଡାରେ ଥିବା ଦୁଇ ମହଲା କୋଠା ସମେତ ପୁଇଁତଳା ବ୍ଲକ କାର୍ୟ୍ୟାଳୟ ଓ ସ୍ତ୍ରୀ ମେଘମାଳା ପଟ୍ଟନାୟକଙ୍କ ସ୍କୁଲ କାର୍ୟ୍ୟାଳୟରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୧ କୋଟି ୬୮ଲକ୍ଷ, ୬୯ହଜାର, ୯୯୩ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏଥିମଧ୍ୟରୁ ପ୍ରାୟ ୯୯ ଲକ୍ଷ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ରହିଥିବା ଜଣାପଡ଼ିଛି ।