(ସୌମ୍ୟ ରଂଜନ ସେଠୀ) : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସମ୍ଭାବନା । ଏନେଇ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗର କହିବାନୁଯାୟୀ ଆଜି (ବୁଧବାର) ସକାଳ ସାଢେ ଦଶଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ୍, ବର୍ଷା ସହ ବଜ୍ରପାତ ହେବାର ସମ୍ଭବନା ରହିଛି । ନୟାଗଡ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କୋରାପୁଟ, ଗଞ୍ଜାମ ଓ ପୁରୀ ଆଦି ଅଞ୍ଚଳରେ ଏହି ବଜ୍ରପାତ, ଝଡତୋଫାନ୍ ଓ ବର୍ଷାର ବିଶେଷ ପ୍ରଭାବ ପଡିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।