(ସୌମ୍ୟ ରଂଜନ ସେଠୀ) : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷା ଏବଂ ଝଡ ତୋଫାନ ଲାଗି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତେବେ ଆଜି ୬ ଟି ଜିଲ୍ଲାକୁ ରାତି ସାଢେ ୮ଟା ପର୍ୟ୍ୟନ୍ତ ସତର୍କ ରହିବାକୁ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । କୋରାପୁଟ, ମାଲକାନାଗିରି, ରାୟଗଡା, ବଲାଙ୍ଗିର, ସୁନ୍ଦରଗଡ, ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘରୁ ନବାହାରିବା ପାଇଁ ବିଭାଗ ପରାମର୍ଶ ଦେଇଛି ।