ବ୍ୟୁରୋ : ଚିକିଟି ମଦ ମୃତ୍ୟୁ ମାମଲାର ମେମ୍ଵର ବୋର୍ଡ ଅଫ ରେଭନ୍ୟୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ କାହାର ସମ୍ପୃକ୍ତି, ସରକାରୀ ସ୍ତରରେ ଥିବା ଅବହେଳା ଓ ଆଗାମୀ ଦିନରେ ଯେପରି ଏଭଳି ଘଟଣା ନହେବ ସେ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହେବ । ଖୁବଶୀଘ୍ର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ଯାହା ପଦକ୍ଷେପ ନେବା କଥା ନେଇଛନ୍ତି । ଆଗକୁ ମଧ୍ୟ ନେବେ । ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦର ପ୍ରସାରଣ ରାକେଟ ସମ୍ପୂର୍ଣ୍ଣ ଧ୍ବଂସ କରିବା ଲାଗି ବିଭାଗ କାର୍ଯ୍ୟ କରିବ । ଆରଡିସି ସ୍ତରର ତଦନ୍ତ ହେବାର ଥିଲା । ତଦନ୍ତକୁ ଆଉ ଟିକେ ସଶକ୍ତ କରିବା ଲାଗି ମେମ୍ଵର ବୋର୍ଡ ଅଫ ରେଭିନ୍ୟୁଙ୍କ ଅଧ୍ୟକ୍ଷତାରେ ତଦନ୍ତ ଚାଲିବ । ପରବର୍ତ୍ତୀ ନିଷ୍ପତ୍ତି ଅନୁସାରେ ମେମ୍ଵର ବୋର୍ଡ ଅଫ ରେଭିନ୍ୟୁ ତଦନ୍ତ ଦାଇତ୍ୱ ଗ୍ରହଣ କରିବେ ।