ଆଜି ଶେଷ ହେଉଛି ନକ୍ସଲ ସହିଦ ସପ୍ତାହ

ଆଜି ଶେଷ ହେଉଛି ନକ୍ସଲ ସହିଦ ସପ୍ତାହ। ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ହେଉଥିବାବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ନୂଆଗାଁ ଜଙ୍ଗଲରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି ।

(ନବରଙ୍ଗପୁର) : ଆଜି ଶେଷ ହେଉଛି ନକ୍ସଲ ସହିଦ ସପ୍ତାହ। ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ହେଉଥିବାବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ନୂଆଗାଁ ଜଙ୍ଗଲରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ସଂଗଠନ ସହ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ଏହାର ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି ।

ସୂଚନା ଅନୁସାରେ, ଉକ୍ତ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୪୦ ନମ୍ବର ଜାତୀୟ ରାଜପଥ କଡରେ ପୋଷ୍ଟର ଓ ବ୍ୟାନରଗୁଡିକୁ ଦେଖିବାକୁ ମିଳିଛି । ମାଓବାଦୀଙ୍କ ସହିଦ ସପ୍ତାହ ସହ ସାମିଲ ହେବା, ଜଙ୍ଗଲ ଜମି ଅଧିକାରକୁ ସମର୍ଥନ ଜଣାଇବା ଓ ସଂଗଠନରେ ଯୋଗ ଦେବାକୁ ଏଥିରେ ଲୋକଙ୍କୁ ଆହ୍ୱାନ ଦିଆଯାଇଛି । ଗତ ଜୁଲାଇ ୨୮ ରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଗତ ୨୮ ରେ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁରୂପ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଥିଲା । ସୀତାନଦୀ ଏରିଆ କମିଟି ସଂଗଠନ ପକ୍ଷରୁ ଏହା ଲଗାଯାଇଥିବା ଉଲ୍ଲେଖ ରହିଥିଲା ।