ବିରୋଧୀଙ୍କ ସବୁ ପ୍ରସଙ୍ଗ ଗୃହରେ ଆଲୋଚନା ହେବ : ବିକ୍ରମ ଆରୁଖ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା ) : ଆସନ୍ତକାଲି ପଞ୍ଚଦଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବିଧାନର ସଭାର ୫୪ ନମ୍ବର କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ସଂସଦୀୟ ବୈପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଚଳିତ ଅଧିବେଶନରେ ବିରୋଧୀଙ୍କ ପକ୍ଷରୁ ଯେକୌଣସି ପ୍ରସଙ୍ଗ ଆସିବ ତାହା ଗୃହରେ ଆଲୋଚନା କରାଯିବ ଏବଂ ମହାନଦୀ , ତୈଳ ଦର ବୃଦ୍ଧି , ପୋଲାଭରମ୍ ପ୍ରସଙ୍ଗକୁ ଗୃହରେ ଉଠାଯିବ ।

ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପିସିସି ସଭାପତିଙ୍କ ସମେତ କଂଗ୍ରେସ ବିଧାୟକମାନେ ଉପସ୍ଥିତ ଥିଲେ । ଏହି ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଚଳିତ ବିଧାନସଭାରେ ଆମେ ସରକାରଙ୍କ କୃଷିବିମା ଯୋଜନା , ବେକାରୀ ସମସ୍ୟା , ରାଜ୍ୟ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇବା ସହ ବିଧାନପରିଷଦକୁ ବିରୋଧ କରିବୁ ।