ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ-୩୦ ଓ ମିରାଜ୍-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ୱାଲିଅର ଏୟାରବେସରୁ ଦୁଇଟି ବିମାନ ଉଡାଣ ଭରିଥିଲା ।ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରର ଦୃଶ୍ୟ ସାମ୍ନାକୁ ଆସିଛି । ତଳକୁ ଖସି ପଡିବା ପରେ ଜଳି ଯାଇଛି ବିମାନ । ତେବେ କେମିତି ଏହି ଦୁର୍ଘଟଣା ଘଟିଲା ଜଣାପଡ଼ି ନାହିଁ । ତାଲିମ ବେଳେ ଏପରି ଘଟିଥିବା କୁହାଯାଉଛି । ଗ୍ୱାଲିଅରର ଏୟାରବେସରୁ ଏହି ଦୁଇଟି ବିମାନ ଉଡ଼ାଣ ଆରମ୍ଭ କରିଥିଲେ । ହେଲେ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କ୍ଷୟକ୍ଷତି ବିଷୟରେ ଜଣାପଡ଼ି ନାହିଁ । ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରିଛନ୍ତି । ବିମାନ ଦୁର୍ଘଟଣା ଆକାଶରେ ହୋଇଛି କି, ନାହିଁ ଜାଣିବା ଲାଗି ଭାରତୀୟ ବାୟୁସେନା ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦେଇଛି। ମୁରୈନା ଜିଲ୍ଲାପାଳ କହିଛନ୍ତି ଯେ, ଭୋର୍ ୫.୩୦ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ପାଇଲଟଙ୍କୁ ନିରାପଦରେ ସୁଖୋଇ-୩୦ ବିମାନରୁ ବାହାର କରାଯାଇଛି। ସେମାନଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି। ଏସ୍. ପି.ଙ୍କ ସହିତ ଦୁର୍ଘଟଣାସ୍ଥଳକୁ ଯାଉଛି। ସମଗ୍ର ଅଞ୍ଚଳକୁ କର୍ଡନ୍ କରାଯାଇଛି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ହାଜର ହୋଇଛି। ଦମକଳ ମଧ୍ୟ ପଠାଯାଇଛି। ବାୟୁସେନା ହେଲିକପ୍ଟର ଯୋଗେ ତୃତୀୟ ପାଇଲଟ୍ଙ୍କୁ ଖୋଜା ଚାଲିଛି। ରିପୋର୍ଟ ଅନୁସାରେ, ଦୁର୍ଘଟଣା ସଂକ୍ରାନ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ‘ସିଡିଏସ୍’ ଓ ବାୟୁସେନା ମୁଖ୍ୟଙ୍କଠାରୁ ସଦ୍ୟତମ ସୂଚନା ସଂଗ୍ରହ କରୁଛନ୍ତି।