ଖୋଲିଲା ମା’ ଭଗବତୀଙ୍କ ମନ୍ଦିର ବାହାର ହୁଣ୍ଡି

ବାଣପୁର/ ସୁଧିର କୁମାର ପାତ୍ର:  ଛଅମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ମନ୍ଦିର ବାହାର ବେଢ଼ାରେ ଥିବା ହୁଣ୍ଡିକୁ ଖୋଲା ଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟା ବିଡିଓ ଶୀତଲ ଅଗ୍ରୱାଲ, କାର୍ୟ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଏବଂ ସ୍ଥାନୀୟ ଆରକ୍ଷୀଙ୍କ ଉପସ୍ଥିତିରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ହୁଣ୍ଡିକୁ ଖୋଲା ଯାଇ ଶ୍ରଦ୍ଧାଳୁଙ୍କ ଦ୍ଵାରା ପ୍ରଦତ୍ତ ଟଙ୍କା ଓ ସୁନାରୂପାକୁ ବାହାର କରାଯାଇ ମନ୍ଦିର କାର୍ୟ୍ୟାଳୟ କର୍ମଚାରୀ, ସେବାୟତ ଓ ସ୍ଵେଚ୍ଛା ସେବୀଙ୍କ ଦ୍ଵାରା ଗଣତି କରାଯାଇଥିଲା । ହୁଣ୍ଡିରୁ ସର୍ବମୋଟ ୩ ଲକ୍ଷ ୩୮ହଜାର ୮୦୫ ଟଙ୍କା, ୧୨ଗ୍ରାମ ୭୬୦ ମିଲିଗ୍ରାମ ଓଜନର ରୂପା ଅଳଙ୍କାର ଓ ୧୮ କ୍ୟାରେଟ୍ ବିଶିଷ୍ଟ ୨ ଗ୍ରାମ ଓଜନର ଏକ ସୁନାର ହନୁମାନ ଲକେଟ୍ ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କ ମନ୍ଦିର ଖାତାରେ ଜମା କରାଯାଇଥିବା କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିବା ସହିତ ସମସ୍ତ ଶ୍ରଦ୍ଧାଳୁଙ୍କ ମଙ୍ଗଳ କାମନା କରିଥିଲେ।