ତିନିମାସ ବ୍ୟବଧାନରେ ଖୋଲିଲା ମା ଭଗବତୀଙ୍କ ଦାନ ହୁଣ୍ଡି

ବାଣପୁର/ ଚାଣକ୍ୟ ମିଶ୍ର : ଖୋଲିଲା ମା ଭଗବତୀଙ୍କ ଦାନ ହୁଣ୍ଡି । ବାହାରିଲା ଲକ୍ଷାଧିକ ଦାନ ଟଙ୍କା ।ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ମା ଭଗବତୀତଙ୍କ ଭିତର ଦାନ ହୁଣ୍ଡି ଖୋଲାଯାଇଛି । ଏହା ମାତ୍ର ତିନି ମାସ ବ୍ୟବଧାନରେ ଖୋଲାଯାଇଛି ଯାହାକି ଆଗରୁ ଏପରି କେବେ ଏତେ ଅଳ୍ପ ଦିନ ବ୍ୟବଧାନରେ ଖୋନା ଯାଇନଥିଲା । ଗତ କିଛିଦିନ ତଳେ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହାର ମାଷ୍ଟରପ୍ଲାନ ଅନୁମୋଦିତ ହୋଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବ୍ଲକ ଉନ୍ନୟନ ଅଧିକାରୀ ବୁଲ୍ବୁଲ୍ ବେହେରା , ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଣପୁର ଥାନା ଏ.ଏସ୍.ଆଇ.,ମନ୍ଦିର ପରିଚାଳନା କମିଟି କାର୍ୟ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପରିଚାଳନା କମିଟିର ସଦସ୍ୟ ବିକ୍ରମ କେଶରୀ ଜେନା, ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର , ଅଶ୍ଵିନୀ ମିଶ୍ର, ଏବଂ ସେବାୟତ ପ୍ରକାଶ ମହାପାତ୍ର, ବସନ୍ତ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଛି । ହୁଣ୍ଡିରେ ଥିବା ଦାନର ଗଣତି ପରେ ସମୁଦାୟ ୧,୩୯,୧୯୩ ଟଙ୍କା ସଂଗ୍ରହ କରାଯାଇଛି। ଏହି ନଗଦ ରାଶି ବାଣପୁରର ୟୁକୋବ୍ୟାଙ୍କରେ ଜମା ରଖାଯାଇଛି। ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ମିଳିଥିବା ଏହି ଅର୍ଥରାଶିକୁ ମା ଭଗବତୀଙ୍କ ବିଭିନ୍ନ ନୀତିକାନ୍ତି ଏବଂ ସେବାରେ ହେଉଥିବା ମଙ୍ଗଳକାର୍ୟ୍ୟରେ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।