ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଘନୀଭୂତ ହୋଇ ୨୪ ତାରିଖ ସକାଳେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ। ଫଳରେ ସମୁଦ୍ର ଅସାନ୍ତ ରହିବ । ଏଥିପାଇଁ ସମୁଦ୍ର ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ କରାଯାଇଛି । କିନ୍ତୁ ଲଘୁଚାପର ପ୍ରଭାବ ସିଧା ଓଡିଶା ଉପରେ ପଡିବ ନାହିଁ ବୋଲି କୁହାଯାଉଛି । ତେବେ ବାୟୁର ଦିଗ ପରିବର୍ତ୍ତନ ସହ ବଙ୍ଗୋପସାଗରରୁ ଅଧିକ ଆର୍ଦ୍ରତା ଆସିବ । ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆସନ୍ତା ୨ ଦିନ ଭିତରେ ଦିନ ତାପମାତ୍ରା ୨ରୁ୩ ଡିଗ୍ରୀ ସେଲସିୟସ ବୃଦ୍ଧିିର ସମ୍ଭାବନା ରହିଛି । ଏହାପରେ ତାପମାତ୍ରାରେ ବଡ ଧରଣର ସମ୍ଭାବନା ନାହିଁ ।