(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆହୁରୀ ଏକ ମାସ ଲକଡାଉନ ବଢାଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ସ୍ୱସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତିି । ସେ କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା କୋରୋନା ସଂକ୍ରମଣରେ ନିୟନ୍ତ୍ରଣ ରହିଛି । ରାଜ୍ୟରେ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ମଧ୍ୟ ରହିଛି । ଅନ୍ୟ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ଲକଡାଉନ ବଢାଇବାକୁ ଦାବି କରୁଛନ୍ତି । ତେଣୁ ମୁଁ ମଧ୍ୟ ଚାହୁଁଛି ବୋଲି ସେ କହିଛନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ଓଡ଼ିଶା ଦାବି ରଖିଛି । ପ୍ରବାସୀ ଶ୍ରମିକ ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ କେନ୍ଦ୍ର ସରକାର ଜାରି କରନ୍ତୁ । ବାହାରୁ ଆସୁଥିବା ଓଡ଼ିଆ ଯେଉଁ ରାଜ୍ୟରୁ ଫେରୁଛନ୍ତି ସେହି ରାଜ୍ୟରେ ତାଙ୍କର କରୋନା ପରୀକ୍ଷା କରାଯାଉ । ପ୍ରବାସୀ ଶ୍ରମିକ କିପରି ଓଡ଼ିଶା ଆସିବେ ସେନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଓଡ଼ିଶାର ଦାବିକୁ ମଧ୍ୟ ଅନ୍ୟ ରାଜ୍ୟ ସମର୍ଥନ କରିଛନ୍ତି ବୋଲି ସେ କହିଛନ୍ତି ।