(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜଧାନୀରୁ ଜବତ ହେଲା ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ । ବିଦେଶୀ ମଦ ଚୋରା କାରବାର ଘଟଣାରେ ଚଢାଉ କରି ଜଣେ ଅପରାଧୀକୁ ଗିରଫ କରିଛି କ୍ୱୁଏଟି ଓ ତମାଣ୍ଡ ଥାନା ପୋଲିସ । ତା ନିକିଟରୁ ୨୦୨ ବୋତଲ ବିଦେଶୀ ମଦ ଯାହାକି ୩୬ ଲିଟର ସହ ଗୋଟିଏ ଦାମୀ କାର (ଙଊ.୦୨ଇଛ.୦୯୯୩) ଏବଂ ୫୪୦୦ ଟଙ୍କା କ୍ୟାସ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ପ୍ରକାଶ କୁମାର ପରିଡା(୩୫) ।
ସୂଚନାଯୋଗ୍ୟ ଯେ, ଆଜି କ୍ୟୁଏଟି ଟିମ ଓ ତମାଣ୍ଡ ଥାନା ପୋଲିସ ମିଳିତ ଚଢାଉରେ ଜଣେ ମଦ ବେପାରୀକୁ ଗିରଫ କରିଛି । ଲକଡାଉନ ସମୟରେ ଅଭିଯଚକ୍ତ ପ୍ରକାଶ ବିଦେଶୀ ମଦକୁ ଏକ ଦାମୀ କ୍ରେଟା ଗାଡିରେ ଚୋରା ଚାଲାଣ କରି ବିକ୍ରି କରୁଥିବା ଖବର ପାଇଥିଲା ପୋଲିସ । ଏ ନେଇ ପୁରା ଟିମ ସହ ଗୋହିରିଆ ଅଞ୍ଚଳରୁ ଚଢାଉ କରି ମଦ ସହ ପ୍ରକାଶକୁ ଗିରଫ କରିଥିଲା ପୋଲିସ । ତା ନିକଟରୁ ୩୬ଲିଟର ମଦ ସହ ଗୋଟିଏ କ୍ରେଟା ଗାଡି, ୫୪୦୦ ଟଙ୍କା ଜବତ କରିଥିଲା । ତେବେ ପ୍ରକାଶର ଘର ନୟାଗଡ ରଣପୁର ଅଞ୍ଚଳର ହୋଇଥିବା ବେଳେ ଲକଡାଉନ ସମୟରେ ମଦ ଚୋରା କାରବାର କରି ମଦ୍ୟପଙ୍କୁ ଅଧିକ ଦାମରେ ମଦ ବିକ୍ରି କରୁଥିଲା । ପୋଲିସ ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିବା ସହ ମଦ ଗୁଡିକୁ ଜବତ କରିଛି । ଆଜି ଗିରଫ ପରେ କୋର୍ଟ ଚାଲାଣ କରିଛି । ତେବେ ତା ନାଁରେ ପୂର୍ବରୁ କେଉଁ ଥାନାରେ କେତେ କେସ ରହିଛି ପୋଲିସ ତଦନ୍ତ କରୁଛି ।