ଆଜିଠୁ ୨୨ ଦିନ ଧରି ଚାଲିବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଆଜିଠୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ।

(ଭୁବନେଶ୍ୱର) : ଆଜିଠୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଯାତ୍ରା ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି ।


୨୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହିତ ବାସୁଦେବ, ଦୁର୍ଗା ଓ ମା’ପାର୍ବତୀ ନୌକା ବିହାର କରିବେ । ଦିନ ୧୨ଟାରେ ମନ୍ଦିରରେ ସାହାଣମେଲା ଦର୍ଶନ ବନ୍ଦ କରାଯିବ ।

ସୂଚନାନୁଯାୟୀ , ସନ୍ଧ୍ୟା ସାଢେ ୫ଟାରେ ମହାପ୍ରଭୁ ବିନ୍ଦୁସାଗର ଅଭିମୁଖେ ଯାତ୍ରା କରିବେ । ସେ ବିନ୍ଦୁସାଗର ଚତୁଃପାଶ୍ୱର୍ ଅପରିଷ୍କାର, ନର୍ଦ୍ଦମା କାମ ଓ ପୁଷ୍କରଣୀରୁ ଦଳ ସଫା ହୋଇନଥିବା କାରଣରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନ ମଣିକର୍ଣ୍ଣିକା ପୁଷ୍କରିଣୀରେ ହେବାକୁ ଥିବା ଶ୍ରୀକପିଳେଶ୍ୱରଙ୍କ ଚନ୍ଦନ ଯାତ୍ରାକୁ ବନ୍ଦ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି ।