ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ରାଜ୍ୟର ହିତାଧିକାରୀ ମାନଙ୍କୁ ଆଉ ୮ ମାସ ଚାଉଳ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ସମୟରେ ଚଗଏକଇଣରେ ଘୠଝଇ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦିଆଯାଇଛି । ଚାଉଳ ଯୋଗାଣର ସମୟ ସୀମା ଚଳିତ ମାସ ଶେଷ ହୋଇଯାଉଥିବାରୁ ଏହାକୁ ଆଉ କିଛି ଦିନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି । ଏହି ମହାମାରୀ ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଚାଉଳ ଦେବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । କୋଭିଡ ଏବେ ବି ସରିନି, ଲୋକଙ୍କ ଜୀବିକା ସ୍ବାଭାବିକ ହୋଇନି ତେଣୁ ଅତିରିକ୍ତ ଚାଉଳ ହିତାଧିକାରୀଙ୍କୁ ଆଉ ୮ ମାସ ଦେବାକୁ ଅନୁରୋଧ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।