ବରୀ/ସତ୍ୟଜିତ ବାରିକ: ସଂଗ୍ରାମୀ ମାଟି ବରୀ, ଏହି ମାଟିରେ ପୂଜ୍ୟ ପୂଜା ପ୍ରତି ସବୁ ସମୟରେ ଗୁରୁତ୍ଵ ଦିଆଯାଇଛି l କରୋନା ମହାମାରୀ ସମୟରେ ଯେଉଁମାନେ ଲୋକ ଙ୍କ ସେବା କରି କରୋନାକୁ ପରାଜିତ କରିଛନ୍ତି ସେମାନେ ହିଁ ପ୍ରକୃତ କରୋନା ଯୋଦ୍ଧାl ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନସ୍ଥ ଧାରପୁର ପଞ୍ଚାୟତ ପକ୍ଷରୁ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି l ଧାରପୁର ରାଜୀବଗାନ୍ଧୀ ସେବା କେନ୍ଦ୍ର ପ୍ରାଙ୍ଗଣରେ ସରପଞ୍ଚ ଟି. ରୋଜାଲିନ ଶାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସେଠୀ, ବିଦାୟୀ ଜିଆରଏସ୍ ଅଜୟ କୁମାର ଜେନା ବର୍ତ୍ତମାନ କାର୍ୟ୍ୟରତ ଜି ଆର ଏସ ତାପସ ସାମଲ ଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା, ଅଙ୍ଗନବାଡି କର୍ମୀ, ସହକର୍ମୀ, ଆଶା, ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଏବିଡିଓ ମହେଶ୍ଵର ସେଠି, ପୂର୍ବତନ ସରପଞ୍ଚ ବିଜୟକ୍ଷନନ୍ଦ ଜେନା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଡାଙ୍ଗୀ ମୁର୍ମୁ ପ୍ରମୁଖ ଯୋଗ ଦେଇ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା କରିଥିବା କରୋନା ଯୋଦ୍ଧା ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ l କାର୍ୟ୍ୟକ୍ରମ ପ୍ରାରମ୍ଭରେ ଓଡିଶୀ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା l ସଭା ପରିଚାଳନା ଅଜୟ କୁମାର ଜେନା କରିଥିବା ବେଳେ ପୂର୍ବତନ ସରପଞ୍ଚ ଶ୍ରୀଧର ସେଠି, ସରପଞ୍ଚଙ୍କ ପ୍ରତିନିଧି ତୁଷାର ଶାନ୍ତି, ପୂର୍ବତନ ସମିତି ସଭ୍ୟ ସୁରେଶ ମଳିକ, ସରୋଜ କୁମାର ରଥ, କିଶୋର ଚନ୍ଦ୍ର ଦାସ ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ l