(ସୌମ୍ୟ ରଜଂନ ସେଠୀ ) : ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରସ ଦେଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଓଡିଶାରେ ବହୁ ମାତ୍ରାରେ ଦେଖାଯାଇଛି । ଆଜି ସକାଳୁ କଂଗ୍ରେସ କର୍ମୀମାନେ ରାଜଧାନୀର ବିଭିନ୍ନ ସ୍ଥାନ ତଥା ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ସତସଙ୍ଗବିହାର, ନୟାପଲ୍ଲୀ, ରସୁଲଗଡ, ଏଜିଛକ ଆଦି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ ।
ରାସ୍ତା ରୋକ କରି ବିଧାନସଭା ଆଗରେ ମଧ୍ୟ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଛନ୍ତି । ରାସ୍ତାରୋକ ପାଇଁ ବିଧାନସଭାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନେକ ମନ୍ତ୍ରୀ କଡା ସୁରକ୍ଷାରେ ବିଧାନସଭାରେ ପ୍ରବେଶ କରିଥିବା ବେଳେ ବିଧାୟକମାନେ ଚାଲିଚାଲି ବିଧାନସଭାରେ ପ୍ରବେଶ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ରାସ୍ତାରୋକ ପାଇଁ ବିଧାନସଭାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ, ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଏଜି ଛକରେ ଅଟକାଇବାପାଇଁ କଂଗ୍ରେସର ବିଧାୟକମାନେ ସେଠାରେ ଉପସ୍ଥିତ ଅଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ କଡା ସୁରକ୍ଷାବଳୟ ମଧ୍ୟରେ ବିଧାନସଭା ନିଆଯିବ ବୋଲି ଜଣା ପଡିଛି ।