ବସ୍ତା (ଅଜିତ ସାହୁ) : ବସ୍ତା ବ୍ଲକ୍ ନାବରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ” ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର” ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ପ୍ରଧାନ ଅଧ୍ୟକ୍ଷତାରେ , ବସ୍ତା ବିଡ଼ିଓ ମୋହିନୀ କୁମାର ନାୟକ ଉଦଘଟଣ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟିଥିଲେ। ମୁଖ୍ୟବକ୍ତା ଭାବେ ଗ୍ରାମବାସୀ ତଥା ବିଦ୍ୟାଳୟର ଶୁଭଚିନ୍ତକ ବିଜୟ କୁମାର ସାମଲ ଓ ବିଶିଷ୍ଟ ଅତିଥି ଭାବେ ବସ୍ତା ବ୍ଲକର ସହକାରୀ ଯନ୍ତ୍ରୀ କୋଇଲି ଟୁଡୁ, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ତଥା ନୋଡାଲ ଅଫିସର ସାଧନା ଦାସ ଅଧିକାରୀ, ଅଧ୍ୟାପକ ମନୋରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ, ଛାତ୍ରଛାତ୍ରୀ ଓ ଯୁବଶକ୍ତି ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ । ଆଉ ସେମାନେ ଦକ୍ଷ ଓ ସଶକ୍ତ ହେଲେ ରାଜ୍ୟ ତଥା ଦେଶ ସଶକ୍ତ ହେବ। ଆଉ ଯୁବଶକ୍ତିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ” ମାଧ୍ୟମରେ ବ୍ୟାପକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ଯାହା ଦ୍ବରା ଛାତ୍ର ଛାତ୍ରୀ, କ୍ରୀଡା, ଚିତ୍ରାଙ୍କନ,ପେଣ୍ଟିଂ, ବିତର୍କ ସହିତ ସାସ୍କୃତିକ ଓ ସାମାଜିକ ବିକାଶ ଆଦି କ୍ଷେତ୍ରରେ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ହେବା ସହିତ ନିଜେ ନିଜକୁ ବିକଶିତ କରି ନିଜକୁ ପ୍ରତିଷ୍ଠିତ କରିପାରିବେ। ଯାହା ଏକ ଉଦାହରଣ ସୃଷ୍ଟି କରିବା ସହିତ ନିଜ ଜନ୍ମମାଟି ଓ ରାଜ୍ୟ ପାଇଁ ଗର୍ବ ଗୌରବ ସାଜିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରୀ ମିଳିତ ଭାବେ ସଚେତନ ରାଲି କରି ଅଞ୍ଚଳ ପରିକ୍ରମା କରିଥିବା ବେଳେ,ଅଧ୍ୟାପକ ଭବଶଙ୍କର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।