ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ଲକ୍ଷ୍ମୀପୁର ଖେରି ହିଂସାର ଶୁଣାଣି କରିବେ । ତେବେ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ସାକ୍ଷ୍ୟ ପ୍ରମାଣକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି । ଘଟଣା ଘଟିବା ସମୟରେ ହଜାର ହଜାର କୃଷକଙ୍କର ଉପସ୍ଥିତି ଥିବା ବେଳେ କେବଳ ୨୩ ଜଣ ସାକ୍ଷୀଙ୍କ ଉପସ୍ଥିତି ନେଇ ସୁପ୍ରିମକୋର୍ଟ ସରକାରଙ୍କ ଉପରେ ବର୍ଷିଛନ୍ତି । ପୂର୍ବଥର ସୁପ୍ରିମକୋର୍ଟର ଶୁଣାଣି ବେଳେ ସରକାର ଏହି ହିଂସକ ଘଟଣାର ସତ୍ୟତା ଉପରୁ ଖସିଯିବାକୁ ଚାହୁଁଥିବା ନେଇ ସୁପ୍ରିମକୋର୍ଟ ଆରୋପ ଲଗାଇଥିଲେ ।