ଲକ୍ଷପତି ଦିଦି ହେବେ କୋଟିପତି ଦିଦି: ପ୍ରଭାତୀ ପରିଡା

ଭୁବନେଶ୍ଵର: ଲକ୍ଷପତି ଦିଦି ହେବେ କୋଟିପତି ଦିଦି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଲକ୍ଷପତି ଦିଦି ଯୋଜନାରେ ବିନା ସୁଧରେ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା । ସରକାର ଯେତେ ଆର୍ଥିକ ସହାୟତା ଦେଉଛନ୍ତି ବ୍ୟାଙ୍କ ସହ ସଂଯୋଗ କରାଯିବ’ । ଲକ୍ଷପତି ଦିଦିଙ୍କୁ କେମିତି କୋଟିପତି କରାଯିବ ତା’ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । କୋଟିପତି ବନିବେ ଲକ୍ଷପତି ଦିଦି । ଶିଳ୍ପପତି ଭାବେ ପରିଗଣିତ ହେବେ । ବର୍ଷକ ମଧ୍ୟରେ ଓଡ଼ିଶା ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛି । ଆଗକୁ ଲକ୍ଷପତି ଦିଦି କରୋଡ଼ପତି ଦିଦି ହେବେ  । ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି । ଭାରତର ଅର୍ଥନୀତି ସଶକ୍ତ କରିବାରେ ଲକ୍ଷପତି ଦିଦି ମାନଙ୍କର ବଡ଼ ଭୂମିକା ରହିଛି । ଲକ୍ଷପତିରୁ କୋଟିପତି ଆଡ଼କୁ ସମସ୍ତେ ବଢ଼ିବେ । ତାଙ୍କ ସରକାର ସମସ୍ତଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେହିପରି ଏହା ସହ ସଫଳ ସୁଭଦ୍ରା ଭଉଣୀଙ୍କୁ ବିଭାଗକୁ ଚିଠି ଲେଖିବାକୁ ପରାମର୍ଶ ଦେଇଛନ୍ତି। ସୁଭଦ୍ରା ଟଙ୍କାରେ କଣ କରିଛନ୍ତି ସେ ନେଇ ଚିଠି ଲେଖିବାକୁ କୁହାଯାଇଛି। ସଫଳ ବିଜିନେସ୍ ମଡେଲ୍‌କୁ ୱେବ୍‌ସାଇଟରେ ସ୍ଥାନିତ କରାଯିବ ବୋଲି କହିଛନ୍ତି। ସେହିପରି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଉପମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆଜି ଲୋକସେବା ଭବନର ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ସୁଭଦ୍ରା ଭଉଣୀମାନଙ୍କ ସହ ସିଧାସଳଖ ଆଲୋଚନା କଲି । ସେମାନେ ସୁଭଦ୍ରା ଯୋଜନା ବାବଦକୁ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରିବୁଝିଲି । ବର୍ତ୍ତମାନ ଜାରି ରହିଥିବା ସମୀକ୍ଷାରୁ ମିଳୁଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ସୁଭଦ୍ରା ଭଉଣୀମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।