(ମମତା ସାମଲ)ରିପୋର୍ଟସଟୁଡେ: ସମୁଦ୍ର ପାଣି ଖୁବ ଲୁଣିଆ । ପାଣି ଲୁଣିଆ ହେବା ପଛରେ ଯେପରି ବୈଜ୍ଞାନିକ କାରଣ ଲୁଚି ରହିଛି ସେପରି ପୌରାଣିକ କଥା ମଧ୍ୟ ପ୍ରଚଳିତ। ପୌରାଣିକ କଥା ଅନୁଯାୟୀ ସମୁଦ୍ର ପାଣି ସର୍ବଦା ଲୁଣିଆ ନଥିଲା ବରଂ ଏହାର ପାଣି କ୍ଷୀର ଭଳି ସଫା ଏବଂ ମିଠା ଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଏହି ପାଣିକୁ ପିଇବା ତ ଦୂରର କଥା କୌଣସି ବ୍ୟକ୍ତି ଏହି ପାଣିକୁ ମୁହଁରେ ଲଗାଇବାକୁ ମଧ୍ୟ ପସନ୍ଦ କରୁନାହାନ୍ତି। ଜାଣନ୍ତୁ ପାଣି ଲୁଣିଆ ହେବା ପଛରେ କଣ ରହିଛି ପୌରାଣିକ ଧାର୍ମିକ କାହାଣୀ।
ଶିବ ପୁରାଣ ଅନୁଯାୟୀ ମାତା ପାର୍ବତୀ ଭଗବାନ ଶଙ୍କରଙ୍କୁ ପାଇବା ପାଇଁ ବର୍ଷସାରା କଠୋର ତପସ୍ୟା କରିଥିଲେ। ମାତାଙ୍କର ଏଭଳି ସ୍ଥିତିକୁ ଦେଖି ତିନି ଲୋକ ଭୟଭୀତ ହୋଇ ଉଠିବା ସହ ଏହି ସମସ୍ୟାର ସ୍ଥିତି ଠିକ୍ କରିବା ପାଇଁ ପ୍ରୟାଶ କରିଥିଲେ। ଏଥିରେ ହିଁ ସମୁଦ୍ର ଦେବତା ପାର୍ବତୀଙ୍କ ସ୍ୱରୂପକୁ ଦେଖି ମୋହିତ ହୋଇଗଲେ। ଏହାପରେ ମାତା ପାର୍ବତୀଙ୍କ ତପସ୍ୟା ପୂରଣ ହେବା ପରେ ହିଁ ସମୁଦ୍ର ଦେବତା ବିବାହ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବରେ ମାତା ଉମା ସମୁଦ୍ରଦେବଙ୍କୁ କହିଥିଲେ ମୁଁ ପୂର୍ବ ରୁ ଶିବଙ୍କର ହୋଇସାରିଛି। ଏହି କଥା ଶୁଣିବା ପରେ ସମୁଦ୍ର ଦେବଙ୍କୁ କ୍ରୋଧ ଆସିଯାଇଥିଲା ଏବଂ ସେ କ୍ରୋଧରେ ଭଗବାନ ଶଙ୍କରଙ୍କୁ ଭଲ ଏବଂ ଖରାପ କହିବାକୁ ଲାଗିଲେ। ସମୁଦ୍ର ଦେବ ମାତା ପାର୍ବତୀଙ୍କୁ କହିଲେ, ‘ସେହି ଭସ୍ମଧାରୀ ଆଦିବାସୀ ଠାରେ ଏ୨ପରି କଣ ରହିଛି ଯାହା ମୋ ପାଖରେ ନାହିଁ, ମୁଁ ସମସ୍ତ ମନୁଷ୍ୟର ଶୋଷ ମେଣ୍ଟାଉଛି ଏବଂ ମୋ ଚରିତ୍ର ମଧ୍ୟ କ୍ଷୀର ଭଳି ସଫା। ହେ, ଉମା ମତେ ବିବାହ କରିବା ପାଇଁ ରାଜି ହୋଇଯାଅ ଏବଂ ସମୁଦ୍ରର ରାଣୀ ହୋଇଯାଅ।’
ସମୁଦ୍ର ଦେବତାଙ୍କ ମୁଖରୁ ଭଗବାନ ଶଙ୍କରଙ୍କ ପାଇଁ ଅପଶଦ୍ଧ ଶୁଣି ମାତା ପାର୍ବତୀ କ୍ରୋଧିତ ହୋଇ ରାଗରେ ସମୁଦ୍ରଦେବଙ୍କୁ ଅଭିଶାପ ଦେଇ କହିଥିଲେ ଯେଉଁ ମିଠା ପାଣି ପାଇଁ ତୁମର ଅଭିମାନ ରହିଛି, ତାହା ଆଜିଠାରୁ ଖାରା ହୋଇଯିବ ଏବଂ କୌଣସି ଭି ମନୁଷ୍ୟ ତୁମର ଜଳ ଗ୍ରହଣ କରିପାରିବେ ନାହିଁ। ମାନ୍ୟତା ଅନୁଯାୟୀ ଉଲ୍ଲେଖ କରାଯାଇଛି ସେହି ଦିନ ଠାରୁ ସମୁଦ୍ରର ପାଣି ଏପରି ଖାରିଆ ହୋଇଗଲା ଯେପରି କୌଣସି ଭି ବ୍ୟକ୍ତି ଗ୍ରହଣ କରିପାରିବେ ନାହିଁ।