ଗଜଲକ୍ଷ୍ମୀ ପୂଜାର ଅଷ୍ଟମ ଦିନରେ ଲଡୁ ନିଲାମ ଓ ଲଟେରୀ ଉଠାଣ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ :ବହୁ ପ୍ରସିଦ୍ଧ ରାୟଗଡ଼ା ଜିଲ୍ଲା ବିଷମ କଟକ ସହର ଗଜଲକ୍ଷ୍ମୀ ପୂଜାର ଆଜି ଅଷ୍ଟମ ଦିନରେ ପୂଜା କମିଟି ତରଫରୁ ମା ଗଜଲକ୍ଷ୍ମୀ ଙ୍କ ଲଡୁ ନିଲାମ କାର୍ଯ୍ୟକ୍ରମ ରାତ୍ର ୯.୩୦ ସମୟରେ ଆରମ୍ଭ ହୋଇଥିଲା । ଏଥିରେ ବିଷମ କଟକ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତ ଲଡୁ ନିଲାମ ପକ୍ରିୟାରେ ଭାଗ ନେଇଥିଲେ। ପରିଶେଷରେ ୧୫୫୧୧ ଟଙ୍କା ଧନ ରାଶିରେ  ସ୍ଥାନୀୟ  ସନ୍ତୋଷି ଜୁଲିୟରସ୍ ମାଲିକ ପି ମାଲେଶ୍ୱର୍ ରାଓ ମା ଗଜଲକ୍ଷ୍ମୀ ଙ୍କ ଲଡୁ ପ୍ରାପ୍ୟ କରିଥିଲେ। ପୂଜା କମିଟି ର ସଭାପତି ଅରବିନ୍ଦ ମହାରଣା ଓ କମିଟି ସଦସ୍ୟ ଅଶୋକ ତ୍ରିପାଠୀ ମହା ଲକ୍ଷ୍ମୀ ଙ୍କ ଲଡୁ ଦେଇ ମାଲେଶ୍ୱର ରାଓ ଙ୍କୁ ସମ୍ମାନିତ କରିଥିଲେ । ଏହା ପରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ପ୍ରଥମ ପୁରସ୍କାର ହିରୋ ହଣ୍ଡା ହେଚଡି ଡିଲକ୍ସ ବାଇକ୍ ବ୍ରହ୍ମପୁର ର ସାଗର ଏଜେନ୍ସି ବିଜେତା ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ରେବିକା କୁସଲ୍ୟା ୪୩ ଇଞ୍ଚି ର ଏଲ୍ଇଡି ଟିଭି ଦୁତିୟ ପୁରସ୍କାର ବିଜେତା  ହୋଇଥିବା ବେଳେ ତୃତୀୟ ପୁରସ୍କାର ପ୍ରିଜ୍ ସ୍ଥାନୀୟ ବିଷମ କଟକ ର ମୋନଜ୍ ଶତପଥି ବିଜେତା ହୋଇଥିଲେ । ପୂଜା କମିଟି ତରଫରୁ ଲଟେରିରେ ୫୧ ପୁରସ୍କାର ରଖାଯାଇଥିଲା। ଆଜି ଶନିବାର ପୂଜା ର ଅନ୍ତିମ ଦିନରେ ମା ଙ୍କ ଭସାଣି କାର୍ଯ୍ୟକ୍ରମ ରେ ସହର ପରିକ୍ରମା ସହ ପୂଜା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା।