(ମମତା ସାମଲ)ରିପୋର୍ଟସଟୁଡେ: ହିନ୍ଦୁ ଧର୍ମରେ କୈଳାସ ପର୍ବତର ଖୁବ ମହତ୍ୱ ରହିଛି । ଏହାକୁ ଭଗବାନ ଶିବଙ୍କର ନିବାସ ସ୍ଥଳୀ ଭାବେ ପରିଗଣିତ କରାଯାଏ । କିନ୍ତୁ ଏହି ପର୍ବତକୁ ନେଇ ବହୁ ରହସ୍ୟ ଏପର୍ୟ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ । ଏଯାବତ ପୃଥିବୀର ସବୁଠୁ ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଉପରକୁ ପ୍ରାୟ ୭୦୦୦ ଲୋକ ଚଢି ସାରିଥିବା ବେଳେ କୈଳାସ ଶିଖରକୁ ଆଜି ପର୍ୟ୍ୟନ୍ତ କେହି ଛୁଇଁ ପାରିନାହାନ୍ତି । ଯେବେକି ଏଭରେଷ୍ଟ ଉଚ୍ଚତା ଠାରୁ କୈଳାସର ଉଚ୍ଚତା ପ୍ରାୟ ୨୦୦୦ ମିଟର କମ । କାହିଁ କେଉଁ କାଳରୁ ଏ ପର୍ବତକୁ ନେଇ ବହୁ ଲୋକ କାହାଣୀ ମାନ ପ୍ରଚଳିତ ହୋଇଆସୁଛି । କେତେକଙ୍କ ମତରେ ଏଠାରେ ଭଗବାନ ମହାଦେବ ଶିବ ପ୍ରତ୍ୟକ୍ଷ ଭାବେ ବାସ କରୁଥିବାରୁ ଏଠାକୁ କୌଣସି ବ୍ୟକ୍ତି ଜୀବିତ ଅବସ୍ଥାରେ ଆସିପାରନ୍ତି ନାହିଁ । ମଣିଷର ମୃତ୍ୟୁ ପରେ ବା ଯେଉଁ ବ୍ୟକ୍ତି ନିଜ ଜୀବନ କାଳ ଭିତରେ କୌଣସି ପାପ କରିନଥାଏ ସେ ହିଁ କେବଳ ଏହାର ଶିଖର ପର୍ୟ୍ୟନ୍ତ ପହଞ୍ଚି ପାରିଥାଏ ।
ଏହା ମଧ୍ୟ କୁହାଯାଏ କି ଏହି ପବିତ୍ର ପର୍ବତକୁ ଚଢ଼ିବାକୁ ଚେଷ୍ଟା କରିବା କ୍ଷଣି ବ୍ୟକ୍ତି ନିଜ ଦୃଷ୍ଟି ଶକ୍ତି ହରାଇ ବସେ । ଏହି କାରଣରୁ ବି ଏହି ଶିଖରକୁ ଆଜି ପର୍ୟ୍ୟନ୍ତ କେହି ଚଢି ପାରି ନାହାନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ପର୍ବତାରୋହୀ ନିଜ ବହିରେ ଲେଖିଥିଲେ କି ଏହି ପର୍ବତ ଉପରେ ମଣିଷ ଶରୀରର କେଶ ଓ ନଖ ଖୁବ ତୀବ୍ର ଗତିରେ ବଢିବାକୁ ଲାଗିଥାଏ । ଆଉ ମଧ୍ୟ ପର୍ବତରେ ଅଧିକ ମାତ୍ରାରେ ରେଡ଼ିଓ ଆକ୍ଟିଭ ରହିଥାଏ । ଯାହାକି ମନୁଷ୍ୟ ସମେତ କୌଣସି ଜୀବ ଜଗତକୁ ତିଷ୍ଠିବାକୁ ଅସମ୍ଭବ କରିଦେଇଥାଏ । ଅନ୍ୟ ପକ୍ଷରେ କୈଳାସ ପର୍ବତର ଶ୍ଳୋପ ୬୫ ଡିଗ୍ରୀ ଠାରୁ ଅଧିକ ରହିଥାଏ । ଯାହା ଦ୍ୱାରା ଏହି ପର୍ବତ ଚଢିବା ଅସମ୍ଭବ ମଧ୍ୟ ହୋଇଥାଏ । ରୁଷର ଏକ ପର୍ବତାରୋହୀଙ୍କ ଅନୁଯାୟୀ ସେ ଯେବେ ଏହାର ନିକଟବର୍ତ୍ତୀ ହୋଇଥିଲେ ତାଙ୍କ ଛାତିର ବେଗ ହଟାତ ବଢିଯାଇଥିଲା । ସେ ଖୁବ ଅଣନିଶ୍ୱାସୀ ଅନୁଭବ କରିଥିଲେ ।