( ସେକ ମୈହିନୁଲ ହକ) : ବାଣପୁର ଏକ ବୃହତ ପୁରାତନ ବ୍ଲକ,ଏହି ବ୍ଲକରେ୨ଟି ଆଦିବାସି ପଞ୍ଚାୟତ ରହିଛି , ଦୁଃଖର ବିଷୟ ଏଠାରେ ଦୀର୍ଘ ଏକବର୍ଷ ହେବ କୌଣସି ସ୍ଥୟୀ ବି.ଡି.ଓ. ନାହାନ୍ତି । ପ୍ରଶାସନର ଏଥିପ୍ରତି ଆଦୌ ଦୃଷ୍ଟିନାହଁ।ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ବାଧା,ସରକାରଙ୍କ ଯୋଜନା ସ୍ମାର୍ଟପଞ୍ଚାୟତ ଗଢିବାର ସ୍ବପ୍ନ ଅଧୂରା । ଏ ସମସ୍ତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗରିବ,ନିରୀହ ଆଦିବାସି।ସମସ୍ତ ଅସୁବିଧାକୁ ହୃଦୟଙ୍ଗମ କରି ବିଗତ ମଇ , ୧୮ ,୨୦୧୮ରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ ଏକ ସ୍ଥୟୀ ବି.ଡି.ଓ. ବାଣପୁରରେ ଯୋଗଦେବାପାଇଁ। ଦିନେ ଦୁଇଦିନ ପରେ ଜିଲ୍ଲା ପ୍ରଶାସନଙ୍କ ହସ୍ତକ୍ଷେପ ପରେ ଉପଜିଲ୍ଲାପାଳଙ୍କ ଏକ ନର୍ଭର ପ୍ରତିଶୃତି ପରେ ଧର୍ମଘଟରୁ ନିବୃତି କରାଇଥିଲେ।ପତିଶୃତି ଦେଇଥିଲେ ଖୁବ୍ କମଦିନ ଭିତରେ ଏକ ସ୍ଥାୟୀ ବି.ଡି.ଓ. ବାଣପୁରରେ ନିଯୁକ୍ତି କରିବେ ହଲେ ଦିର୍ଘ ୪ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପ୍ରତିକାର ହୋଇପାରି ନାହିଁ ଜିଲ୍ଲାପ୍ରଶାସ କିମ୍ବା ସରକାରଙ୍କଦ୍ବାରା ବାଣପୁର ଜନସାଧାରଣଙ୍କ ଏହା ଏକ ବିରାଟ ପ୍ରଶ୍ନ। ଅଭାବଥିବା କର୍ମଚାରୀ ସଙ୍ଗେ ବି.ଡି.ଓ.ଙ୍କ ଅଭାବ ସର୍ବସାଧାରଣଙ୍କୁ ହତାସ କରିଦେଇଛି। ଯଦି ଏହାର ବିଚାର ଜିଲ୍ଲା ପ୍ରଶାସନ ଯଥାସିଘ୍ର ନକରେ ସାଧାରଣଜନତା ସେମାନଙ୍କର ସୁବିଧା ନପାଆନ୍ତି ଆଗାମୀ ଦିନରେ ନଶ୍ଚିତ ଭାବେ ଏକ ଗଣଆନ୍ଦୋଳନ ହେବାର ଷ୍ପଷ୍ଟ ସୂଚନା ଜଣାପଡୁଛି।