ରାଜସ୍ୱ ନୀରିକ୍ଷକ ଅଫିସ ସ୍ଥାନାନ୍ତରକୁ ନେଇ ଜନଅସନ୍ତୋଷ

(ସେଖ୍ ମୋହିନୁଲ୍ ହକ୍) : ବାଣପୁର ତଫସିଲ ଅଧିନରେ ନିଳାଦ୍ରୀ ପଂଚାୟତଠାରେ ପୂର୍ବରୁ ରାଜସ୍ୱ ଅଫିସ ଚାଲିଥିଲା । ପୂରାତନ ଅଫିସ ଗୃହ ଦୃବଳ ଥିବାରୁ ନୂତନ ଗୃହ ନିର୍ମାଣ ପାଇଁ ରାଜସ୍ୱ ଅଫିସ ସେଠାରେ କୌଣସି ସ୍ଥାନରେ ସାମୁହିକ ଭାବେ ନଚଳାଇ ସିଧାସଳଖ ଭାବେ ୨୫.କି.ମି ଦୂର ତଫସିଲ କଲୋନିର ଏକ ପ୍ରକୋଷ୍ଟକୁ ଘୁଚାଂଇ ଦିଆଯାଇ ଥିଲା । ବର୍ତମାନ ୨ବର୍ଷରୁ ଅଧିକ ସମୟ ହେବ ଅଫିସ ଗୃହ ନିଳାଦ୍ରୀ ପ୍ରସାଦଠାରେ ନିର୍ମାଣ ହୋଇଥିଲେ ମଧ୍ୟ ସ୍ଥାନିୟ ତହସିଲ କର୍ତୁପକ୍ଷ ଏହାକୁ ସ୍ଥାନାନ୍ତରଣ କରିବାକୁ କୌଣସି ପଦକ୍ଷପ ନେଉନାହାନ୍ତି । ରାଜ୍ୟସରକାର ଓ ବିଭାଗ ଆଦିବାସିଙ୍କ ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି ହେଲେ ତାହା ହିତାଧିକାରୀ ପାଖରେ ପହଞ୍ଚିପାରୁନାହିଁ । ଦିର୍ଘ ୨୫କି.ମି ଦୁର୍ଗମ ହିସ୍ରଂଜଙ୍ଗଲ ରାସ୍ତାଦେଇ ଗ୍ରାମବାସୀ ନିଜର ଅଭିଯୋଗ ଅସୁବିଧା ବିଷୟରେ ଯାଇ ରାଜସ୍ୱ ନିରିକ୍ଷକ ଅଫିସରେ ଜଣାଇପାରୁନାହାନ୍ତି । ଏହି ଅଫିସକୁ ପଞ୍ଚାୟତ ପାଖାପାଖି କରାଗଲେ ଗ୍ରାମବାସୀମାନେ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ଏହି ଘଟଣା ବିଷୟରେ ପଞ୍ଚାୟତବାସୀ ବହୁବାର ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏନେଇ ଆଦିବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ଏହାର ସୁବନ୍ଦୋବସ୍ତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।