ହାଇଦ୍ରାବଦ: BRSରୁ ସସ୍ପେଣ୍ଡ୍ ହେଲେ କେ କବିତା । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ଦଳରୁ ସସ୍ପେଣ୍ଡ୍ କଲେ ସଭାପତି କେ.ଚନ୍ଦ୍ରଶେଖର ରାଓ । ବିଆରଏସ ଦଳର ମୁଖ୍ୟ ହେଉଛନ୍ତି କେ. କବିତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ (KCR) । ସେ କେ. କବିତାଙ୍କୁ ତାଙ୍କ ଦଳରୁ ନିଲମ୍ବିତ କରିଛନ୍ତି । ତେବେ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି । ମଙ୍ଗଳବାର ହାଇଦ୍ରାବାଦର ତେଲେଙ୍ଗାନା ଭବନରେ ଦଳର ଶୀର୍ଷ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କେ. କବିତାଙ୍କ ଆଚରଣ ଉପରେ ଆଲୋଚନା ହୋଇଥିଲା ।

କବିତା ୨୦୨୩ରେ BRSର ପରାଜୟ ପରେ କଂଗ୍ରେସକୁ ସମର୍ଥନ କରିବା ବିଷୟରେ କଥା ହୋଇଥିଲେ ଏବଂ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗଗୁଡ଼ିକୁ ଖୋଲାଖୋଲି ସମାଲୋଚନା କରିଥିଲେ, ଯାହାକୁ ଚନ୍ଦ୍ରଶେଖର ରାଓ ଏବଂ ଅନ୍ୟ ନେତାମାନେ ଅନୁଶାସନହୀନତା ବୋଲି ବିବେଚନା କରିଥିଲେ। ଏ ସମ୍ପର୍କରେ ଦଳ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି । ଚନ୍ଦ୍ରଶେଖରଙ୍କ ଝିଅ କେ. କବିତାଙ୍କୁ ୨୦୨୪ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍ ଯାଇଥିଲେ । ଯାହାକି BRSର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିଲା । ଯଦିଓ ତାଙ୍କୁ ଏବେ ଜାମିନ ମିଳିଛି, କିନ୍ତୁ ଦଳ ସ୍ବୀକାର କରିଛି ଯେ ତାଙ୍କ ବୟାନ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । କେ. କବିତା ବର୍ତ୍ତମାନ ବିଧାନ ପରିଷଦର ସଦସ୍ୟ ଅଛନ୍ତି । ଏହା ପୂର୍ବରୁ ସେ ବିଧାୟକ ରହିସାରିଛନ୍ତି । ସେ ରାଜନୀତିରେ ଆସିବା ପରେ BRSରେ ଏକ ବଡ଼ ପରିଚୟ ସୃଷ୍ଟି କରିଥିଲେ । କେ. କବିତା ତେଲେଙ୍ଗାନା ଜାଗୃତିର ପ୍ରତିଷ୍ଠାତା । କହିରଖୁଛୁ ଯେ, ୧୦ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ କ୍ଷମତାରୁ ବାହାରିଥିବା ଚନ୍ଦ୍ରଶେଖରଙ୍କ ଦଳ BRS ଏବେ ତେଲେଙ୍ଗାନାରେ ମୁଖ୍ୟ ବିରୋଧୀ ଦଳ ।