କଟକ-: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ସୋମବାର ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଜଷ୍ଟିସ୍ ଶ୍ରୀପଦଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଜଷ୍ଟିସ ଶ୍ରୀପଦ କର୍ନାଟକ ହାଇକୋର୍ଟରୁ ବଦଳି ହୋଇ ଓଡ଼ିଶା ଆସିଛନ୍ତି ।
ଜଷ୍ଟିସ୍ ଦୀକ୍ଷିତଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଗତ ମାସ ୧୫ ଓ ୧୯ରେ ଅନୁଷ୍ଠିତ କଲେଜିୟମ ବୈଠକରେ ଜଷ୍ଟିସ୍ କୃଷ୍ଣ ଶ୍ରୀପାଦ ଦୀକ୍ଷିତଙ୍କ ସହ ମୋଟ ୭ ଜଣ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ୍ କରାଯାଇଥିଲା । ଏହି ସୁପାରିସକୁ କେନ୍ଦ୍ର ସରକାର ଗତ ୨ ତାରିଖରେ ଅନୁମୋଦନ କରିଥିଲେ । ଜଷ୍ଟିସ୍ ଦୀକ୍ଷିତ ୨୦୧୮ ମସିହା ଫେବୃଆରୀ ୧୪ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୨୦ ଜାନୁଆରୀ ୭ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରିଆସୁଛନ୍ତି । ଆଜିର ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୋଲିସ କମିଶନର, କଟକ ଡିସିପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଇନଜୀବୀମାନେ ଉପସ୍ଥିତ ଥିଲେ।