(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପୁରୀରେ ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ସହ ସମସ୍ତ ମଠ ମନ୍ଦିରରେ ମଧ୍ୟ ଏହି ଝୁଲଣ ଉତ୍ସବ ହେବ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିକଟରେ ପ୍ରସ୍ତୁତ ହୋଇଛି ଝୁଲଣ କୁଞ୍ଜ । ଫଳରେ ମୁକ୍ତି ମଣ୍ଡପ ନିକଟରେ ସୃଷ୍ଟି ହେବ ଭକ୍ତି ମୟ ପରିବେଶ । ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣ । ପାରମ୍ପରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ରାଧାକୃଷ୍ଣଙ୍କୁ ଝୁଲା ଯିବ । ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ସ୍ଥିରକୃତ ହୋଇଛି । ରାଧାକୃଷ୍ଣଙ୍କ ଏହି ଅପୂର୍ବ ମୂର୍ହତ୍ତକୁ ଦେଖିବାକୁ ଭକ୍ତଙ୍କ ସମାଗମ ହେବ । ଏହି ଯାତ୍ରା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଯାତ୍ରାକୁ ନେଇ ଶ୍ରୀ ମନ୍ଦିର ଉତ୍ସବ ମୁଖର ହୋଇ ଉଠିଛି ।