ଏହି ଦେଶର କଏଦୀଙ୍କୁ ଅନ୍‌ଲାଇନ୍‌ ଶପିଂ

(ରିପୋଟରର୍ସ ଟୁଡ଼େ): ଅନ୍‌ଲାଇନ୍‌ ଶପିଂ ପ୍ଲାଟଫର୍ମ ଆରମ୍ଭ ହୋଇଛି । ଏହା ଚାଇନାର ଗୁଆଙ୍ଗଡଙ୍ଗ ନିକଟରେ ଥିବା ଜେଲ୍‌ର କଏଦୀମାନଙ୍କ ପାଇଁ ଏହା ଜରିଆରେ କଏଦୀମାନେ ମାସକୁ ୩ ହଜାର ଟଙ୍କାର ସାମଗ୍ରୀ କିଣି ପାରିବେ। ଲଗ୍‌ଇନ୍‌ କରିବାକୁ ହେଲେ ପାସଓ୍ବାର୍ଡ କିମ୍ବା ଫିଙ୍ଗରପ୍ରିଣ୍ଟ ବ୍ୟବହାର କରି କଏଦୀମାନେ ଅନ୍‌ଲାଇନ୍‌ ଶପିଂ କରିପାରିବେ। ଏଥିପାଇଁ ପ୍ରଶାସନ କୋଙ୍ଗହୁଆ ଜେଲ୍‌ରେ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ପରୀକ୍ଷାମୂଳକ ଭାବେ ଏକ ପାଇଲଟ୍‌ ପ୍ରୋଜେକ୍ଟ ଚଳାଇଥିଲେ। ଯାହା ସଫଳ ହୋଇଛି। ଏଥିରେ କଏଦୀମାନେ ୧୩ ହଜାର ଟଙ୍କାର ଶପିଂ ପାଇଁ ଅର୍ଡର କରିଥିଲେ ।