(ହାଟଡ଼ିହି/ ବିଭୁତି ଭୂଷଣ ଜେନା) : ଜନ ଶୁଣାଣି ରେ ନଥିଲେ ଅଭିଯୋଗ କାରୀ। ଘଟଣା ଟି ଦେଖିବାକୁ ମିଳିଛି ହାଟଡିହି ବ୍ଲକରେ , ବ୍ଲକ ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମୀ ନିଯୁକ୍ତି ଯୋଜନାରେ କିପରି ଜବ କାର୍ଡଧାରୀ ମାନେ କିପରି ଗ୍ରାମାଞ୍ଚଳ ରେ ରୋଜଗାର କ୍ଷମ ହୋଇପାରିବେ ତେଣୁ ସେମାନଙ୍କୁ ସରକାର କାମ ଯୋଗାଇଦେବାକୁ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ସୁଯୋଗ ଦେଇଛନ୍ତି।
ସୂଚନାନୁଯାୟୀ , ଏଥିରେ ହାଟଡିହି ବ୍ଲକ ରେ ମୋଟ ୫୭୬୪୦ପରିବାର ଜବ କାର୍ଡ ଧାରୀ ରହିଥିବା ବେଳେ,ମାତ୍ର ୨୫୨ଜଣ ଜବ କାର୍ଡ ଧାରୀ ୧୦୦ଦିନ ର ରୋଜଗାର ପାଇଁ ଛନ୍ତି। ତାହା ଛଡା ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ୨୭ କୋଟି ୯୫ ଲକ୍ଷ୍ୟ ୫୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି। ଏହି ସଭା ରେ ଆନନ୍ଦପୁର ଉପ ଜିଲ୍ଲାପାଳ ଫାଲଗୁନ ମାଝୀ, ବିଡ଼ିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ, ଯୋଗାଣ ଅଧିକାରୀ ଦିଲ୍ଲୀପ ସାହୁ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଏପିଓ ଭୈରବେନ୍ଦ୍ର ତ୍ରିପାଠୀ, ସାମାଜିକ ସମୀକ୍ଷକ ବିଜୟ କୁମାର ସେଠୀ ରହିଥିଲେ। ହେଲେ ଉକ୍ତ ସଭା ରେ ମାତ୍ର ଦୁଇ ତିନି ଜଣ ସରପଞ୍ଚ ଦୁଇ ଜଣ ସମିତି ସଭ୍ୟ ଙ୍କ ସହ ବ୍ଲକ ର ପିଇଓ ,ଜିଆରେସ ରହିଥିଲେ , ଭିଆରପି ଜଣେ ବି ଜବ କାର୍ଡଧାରୀ ରହିନଥିବା ବେଳେ କୌଣସି ଗଣମାଧ୍ୟମ କୁ ସୂଚନା ଦେଇନଥିଲେ। ଯାହାକୁ ଲୁଚାଣିଆ ଭାବରେ ମନରେଗା ବିଭାଗ କରୁଥିବା ଜଣା ପଡିଥିଲା। ଏଥିରେ ସାମାଜିକ ସମିକ୍ଷକ ମନରେଗା ଯୋଜନାରେ କୌଣସି ତୃଟି ନଥିବା ଦର୍ଶାଇ ମଲା ବିବାହିତ ଲୋକ ଙ୍କ ନାମରେ ଅନେକ ପଞ୍ଚାୟତରେ ଚାଉଳ ଭତା ବଣ୍ଟନ ହେଉଥିବା ଦର୍ଶାଇ ଥିଲେ।