ଭିଜିଲାନ୍ସ ଜାଲରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ । ଆୟ ବହିର୍ଭୁତ୍ତ ସମ୍ପତ୍ତି ଅଭିଯୋଗରେ ବାବୁହ୍କ ଘରେ ଚଢାଉ । ବାବୁଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା , ଯେତେ ଖୋଜିଲେ ସେତେ ବାହାରୁଛି ଟଙ୍କା । ଏଥିସହିତ ଅଧ କେଜିର ସୁନା, କେଜିଏରୁ ଅଧିକ ରୁପା ଡେପୁଟି ରେଞ୍ଜରଙ୍କ ଘରୁ ମିଳିଲାଣି । ଖବର ପାଇଁ ଭିଜିଲାନ୍ସ ଟିମ୍ ୬ଟି ଠିକଣାରେ ଚଢାଉ କରିଛି । ଜୟପୁରର ପୈତୃକ ଘର, ଆପାର୍ଟମେଂଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଈ ଘର ସମେତ ତାଙ୍କ ଅଫିସରେ ରେଡ କରିଛନ୍ତି ଅଧିକାରୀ। ଚଢାଉରେ ଭିଜିଲାନ୍ସର ୬ଡିଏସପି, ୫ଇନ୍ସପେକ୍ଟର, ୯ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଚଢାଉ ଜାରି ରହିଥିବା ବେଳେ ଏଯାବତ୍ ଭିଜିଲାନ୍ସ ସାଢେ ୩ଲକ୍ଷ ନଗଦ ଟଙ୍କା ଜବତ କରିଛି ।