ନୂଆଦିଲ୍ଲୀ: ,ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ T20 ସିରିଜର ଚତୁର୍ଥ ମ୍ୟାଚ୍ ଆଜି ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାର ଥିଲା । ମାତ୍ର ବର୍ତ୍ତମାନ ମିଳିଥିବା ଖବର ମୁତାବକ ଆଜିର ମ୍ୟାଚକୁ ବାତିଲ କରାଯାଇଛି । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି ସିରିଜ୍ ଉପରେ କବଜା କରିବାକୁ ପ୍ଲାନ କରିଥିଲା । ସେହିପରି ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ ଜିନି ବରାବର କରିବାର ଆଶା ରଖିଥିଲା । କିନ୍ତୁ ଆଜିର ମ୍ୟାଚ ହେଇପାରିଲା ନାହିଁ । ଅମ୍ପାୟାରମାନେ ପଡ଼ିଆରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରିବାରେ ବହୁତ ସମୟ ବିତାଇଲେ। ଏହି ସମୟରେ ରାଜୀବ ଶୁକ୍ଳା ମଧ୍ୟ ଅମ୍ପାୟାରଙ୍କ ସହ କଥା ହୋଇଥିଲେ। କିନ୍ତୁ, କୁହୁଡ଼ି ଏବଂ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଖେଳ ପାଇଁ ଉପଯୁକ୍ତ ହେଇପାରିଲା ନାହିଁ। ପ୍ରଥମେ ପାଗ ଖରାପ ଥିବାରୁ ଟସ ପଡିବାରେ ବିଳମ୍ବ ହୋଇଥିଲା। ଏପରିକିି ଖେଳାଳି ମାନେ ମଇଦାନରେ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇସାରିଥିଲେ ।

ଭାରତ ବନାମ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ଟି ସନ୍ଧ୍ୟା ୬:୩୦ ରେ ଟସ୍ ହେବା ପାଇଁ ସ୍ଥିର କରାଯାଇଥିଲା ଏବଂ ମ୍ୟାଚ୍ ଟି ସନ୍ଧ୍ୟା ୭:୦୦ ରେ ଆରମ୍ଭ ହେବାର ଥିଲା। କିନ୍ତୁ ଏକାନା ଷ୍ଟାଡିୟମରେ କୁହୁଡ଼ି ଯୋଗୁଁ, ଅମ୍ପାୟାରମାନେ ସନ୍ଧ୍ୟା ୬:୫୦ ରେ ପ୍ରଥମ ଥର ପାଇଁ ଯାଞ୍ଚ ପାଇଁ ଆସିଥିଲେ, କିନ୍ତୁ ପରେ ସମୟ ୭:୩୦ କୁ ବୃଦ୍ଧି କରାଯାଇଥିଲା। ସନ୍ଧ୍ୟା ୭:୩୦ ରେ ଅମ୍ପାୟାରମାନେ ଯାଞ୍ଚ କରିବା ସମୟରେ, କୁହୁଡ଼ି କମି ନଥିଲା। ତା’ପରେ ଯାଞ୍ଚ ରାତି ୮:୦୦ ଏବଂ ତା’ପରେ ପୁଣି ରାତି ୮:୩୦ କୁ ମୁଲତବୀ ରଖାଯାଇଥିଲା। ପ୍ରଶଂସକମାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ସହ ନିରାଶ ହେଇ ଫେରିବାକୁ ପଡିଲା। ଏବେ ଆସନ୍ତା ୧୯ ତାରିଖରେ ଶେଷ ମ୍ୟାଚ ଅନୁଷ୍ଠିତ ହେବ । ସିରିଜରେ ୨-୧ରେ ଆଗୁଆ ଅଛି ଭାରତ । ତେବେ ଆଜିର ମ୍ୟାଚ ଭାରତ ପାଇଁ ଜରୁରୀ ଥିଲା। ଆସନ୍ତା ମ୍ୟାଚଟି ଭାରତ ଯଦି ଜିତୁଛି ତେବେ ସିରିଜ ଜିତିବ ଆଉ ହାରିବ ଯଦି ମ୍ୟାଚ ଡ୍ର ହେବ ।