ରାଜ୍ୟରେ ବଢିବନି ବିଦ୍ୟୁତ୍ ଦର

ଭୁବନେଶ୍ୱର: ରାଜ୍ୟରେ ଅବରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏ ନେଇ OERC ସ୍ପଷ୍ଟ କରିଛି । ଘରୋଇ ଉପଭୋକ୍ତାଙ୍କ ପାଇଁ ଅପରିବର୍ତ୍ତିତ ରହିଲା ବିଦ୍ୟତ ଦର । ଏହି ନିଷ୍ପତ୍ତି ନେଇ ଓଇଆରସି ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବଢ଼ିବନି ବିଜୁଳି ଦର ବୋଲି କହିଛନ୍ତି । ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି। ଏଥିସହ ଚାଷୀଙ୍କୁ ରିହାତିରେ ବିଜୁଳି ମିଳିବ। ଶୀତଳଭଣ୍ଡାର ପାଇଁ ଟ.୧.୬୦ ପଇସା ରିହାତି ରଖାଯାଇଛି।