ଚଳିତ ସପ୍ତାହରେ ଥାଇଲାଣ୍ଡରେ ବିଷାକ୍ତ ବାୟୁ ପ୍ରଭାବିତ ହୋବାରେ ଲାଗିଛି । ନିଶ୍ୱାସରେ ପ୍ରଦୂଷଣ ବାୟୁକୁ ଗ୍ରହଣ କରି ୨ଲକ୍ଷରୁ ଅଧିକ ଲୋକ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି ।ଏବେ ରାଜଧାନୀ ବ୍ୟାଙ୍କକର ସ୍ଥିତି ଦିନକୁ ଦିନ ସଂଙ୍ଗୀନ ହେଉଥିବାରୁ ଲୋକମାନଙ୍କୁ ସଚେତନ ରହି ଘରୁ ନବାହାରିବାକୁ ସଚେତନ କରାଯାଉଛି । ଏହି ବାୟୁ ପ୍ରଦୂଷଣର କାରଣ ଗାଡିରୁ ବାହାରୁଥିବା ଧୂଆ ଓ କଳକାରଖାନାରୁ ବାହାରୁଥିବା ଧୁଆ ବେଲି କୁହାଯାଉଛି । ଅନ୍ୟପଟେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ସୁରକ୍ଷିତ ଭାବେ ଘରେ ରହିବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ବିଶ୍ୱର ସବୁଠାରୁ ଲୋକପ୍ରିୟ ପର୍ୟ୍ୟଟନସ୍ଥଳ ଭାବେ କୁହାଯାଉଥିବା ବ୍ୟାଙ୍କକ ଏବେ ବିଷାକ୍ତ ଧୂଆଁର ବିଷ ବଳୟ ଭିତରେ ବୁଡି ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ବାୟୁ ପ୍ରଦୂଷଣର ପରିଣାମ ସ୍ୱରୂପ ଚଳିତବର୍ଷ ଆରମ୍ଭରୁ ୧.୩ ମିଲିୟନରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଡାକ୍ତର କହିଛନ୍ତି କି ଘରୁ ବାହାରକୁ ବାହାରିବା ପୂର୍ବରୁ ଲୋକମାନେ ଉଚ୍ଚଗୁଣବତା ଏନ-୯୫ ମାସ୍କ ପିନ୍ଧିବା ଜରୁରୀ । ଏହାସହ ଏବେ ଦେଶରେ ୱାର୍କ ଫ୍ରମ ହୋମକୁ ଗୁରୁତ୍ୱ ଦିଆଯାଇଛି । ଅନ୍ୟପଟେ ସରକାରଙ୍କ ତରଫରୁ ସହରରେ ଛୋଟ ପିଲାଙ୍କ ପାଇଁ ଥିବା ସ୍କୁଲଗୁଡିକରେ ଏୟାରପ୍ୟୁରୁଫାଏର ସହ ନୋ ଡଷ୍ଟରୁମ୍ ବି ସ୍ଥାପିତ କରାଯାଇଛି ।