ମର୍ମନ୍ତୁଦ ଦୁର୍ଘଟଣାରେ ଗଲା ଜଣଙ୍କ ଜୀବନ ଅନ୍ୟ ମାନେ ଆହତ

ନବରଙ୍ଗପୁର /ଅନିଲ ପ୍ରଭାତ ଭତ୍ରା : ବେପାରୁଆ ଗଡିଚାଳନା ପାଇଁ ଚଲିଗଲା ଜୀବନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ଏଭଳି ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଛି । ସେହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଏକ ସଫାରି ଗାଡ଼ିରେ ୫ ଜଣ କୌଣସି କାମରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ତେବେଏହି ଦୁର୍ଘଟଣାରେ ଜଣଙ୍କର ମୁତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ତେବେ ଏନେଇ ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।