ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର: ନବୀନ ନିବାସ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ନୂଆ ବାଚସ୍ପତି ଚୟନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିପରି ଫାଙ୍କା ଥିବା ଏକ ମନ୍ତ୍ରୀ ପଦ ପୂରଣ ନେଇ ବୈଠକରେ ଆଲୋଚନା ହୋଇଛି । ପର୍ୟ୍ୟବେକ୍ଷକଙ୍କୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତି ନେଇ ହୋଇଛି ଆଲୋଚନା । ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କରିବା ସହ ବାକି ସାଙ୍ଗଠନିକ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।