‘ବିଫ୍‌ ଫେଷ୍ଟିଭାଲ୍‌’ ଏବଂ ‘କିସ୍‌ ଅଫ୍‌ ଲଭ୍‌’କୁ ସମାଲୋଚନା କଲେ ଉପରାଷ୍ଟ୍ରପତି

(ଶୁଭସ୍ମିତା ଦାଶ): କିସ୍‌ କରିବାର ବା ଚୁମ୍ବନ ଦେବାର ଅଛି, ନିଜ ରୁମ୍‌ରେ ଯାଇ କିସ୍‌ କର, କିନ୍ତୁ ସର୍ବସାଧାରଣରେ ଏପରି କରିବା କ’ଣ ଦରକାର । ଏହା ଆମ ସଂସ୍କୃତି ଉପରେ ଖରାପ ପ୍ରଭାବ ପକାଉଛି । ଏଥିସହିତ ଜାତି, ଧର୍ମ, ଖାଦ୍ୟ ପସନ୍ଦ ଏବଂ ସଂସ୍କୃତିକୁ ନେଇ ଲାଗି ରହିଥିବା ସ୍ଥିତିରେ ଉଚ୍ଚଶିକ୍ଷା ପ୍ରଭାବିତ ହେଉଛି ବୋଲି ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡ଼ୁ ମତପ୍ରକାଶ କରିଛନ୍ତି । ୱାରାଙ୍ଗାଲ୍‌ଠାରେ ଥିବା ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ହୀରକ ଜୟନ୍ତୀ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି । ସେହପରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ‘ବିଫ୍‌ ଫେଷ୍ଟିଭାଲ୍‌’ ଏବଂ ‘କିସ୍‌ ଅଫ୍‌ ଲଭ୍‌’କୁ ଅସ୍ୱାସ୍ଥ୍ୟକର ଟ୍ରେଣ୍ଡ୍‌ କହି ସମାଲୋଚନା କରିଛନ୍ତି ।

ବିଫ୍‌ ଫେଷ୍ଟିଭାଲ୍‌ ବାବଦରେ ଶ୍ରୀ ନାଇଡ଼ୁ କହିଛନ୍ତି ଯଦି ଜଣେ ନିର୍ଦ୍ଦିଷ୍ଟ ଖାଦ୍ୟ ପସନ୍ଦ କରୁଛି ଏବଂ ତାକୁ ନେଇ ଉତ୍ସବ ମନାଇବାକୁ ଚାହୁଁଛି ସେ ତା’ର ପୃଥକଭାବେ ବ୍ୟକ୍ତିଗତ ପାର୍ଟି ଆୟୋଜନ କରିପାରିବ। କିନ୍ତୁ ଏହାକୁ କ୍ୟାମ୍ପସ୍‌ରେ ସର୍ବସାଧାରଣ ପ୍ରସଙ୍ଗ କରିବା କ’ଣ ଦରକାର ?

ସେହିଭଳି ‘କିସ୍‌ ଅଫ୍‌ ଲଭ୍‌’ ବାବଦରେ ସେ କହିଛନ୍ତି ଯଦି ସେହିଭଳି ବୃଦ୍ଧିପାଉଥିବା ଅସହିଷ୍ଣୁତା ବାବଦରେ ମତ ରଖି ସେ କହିଥିଲେ, ଭାରତରେ ଧାର୍ମିକ ଏବଂ ଜାତିଗତ ଅସହିଷ୍ଣୁତାର ସ୍ଥାନ ନାହିଁ। ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର ଏବଂ ଏକ ଜୀବନଶୈଳୀ। ଆମେ ସମସ୍ତେ ପରସ୍ପରର ଧର୍ମ ଏବଂ ସଂସ୍କୃତିକୁ ସମ୍ମାନ ଜଣାଇବାକୁ ହେବ ବୋଲି ସେ କହିଛନ୍ତି ।
.