(ଆଦର୍ଶ ରାଉତ) ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ଭିଆରଏସ୍ ଆବେଦନକୁ ଓଡ଼ିଶା ସରକାର ସବୁଜ ସଂକେତ ଦେଇଛନ୍ତି । ତାଙ୍କ ଭିଆରଏସ୍ ଆବେଦନକୁ ମଂଜୁର କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି । ଭିଆରଏସ୍ ନେବା ପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ଓ ୨୦୧୯ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ତାଲିମ ମନ୍ତ୍ରାଳୟକୁ ଏକ ପତ୍ର ଲେଖି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ରବିନ୍ଦ୍ରନାଥ ସାହୁ ଜଣାଇଛନ୍ତି ଯେ ଶ୍ରୀମତୀ ଷଡଙ୍ଗୀଙ୍କ ବିରୋଧରେ କୌଣସି ଭିଜିଲାନ୍ସ ମାମଲା ବା ବକେୟା ବିଭାଗୀୟ କାର୍ୟ୍ୟାନୁଷ୍ଠାନ ନଥିବାରୁ ତାଙ୍କ ଭିଆରଏସ୍ ଆବେଦନକୁ ଗ୍ରହଣ କରାଯାଇପାରେ ।