ବାଲେଶ୍ୱର ଜିଲ୍ଲା ବସ୍ତାରେ ହେବ ହାଇଜେନିକ ଫିସ ମାର୍କେଟ୍

ବାଲେଶ୍ୱର : ବାଲେଶ୍ୱରରେ ହେବ ଫିସ ମାର୍କେଟ୍ । ବାଲେଶ୍ୱର ଜିଲ୍ଲା ବସ୍ତାରେ ହେବ ହାଇଜେନିକ ଫିସ ମାର୍କେଟ୍ । ଫଳରେ ଅଞ୍ଚଳର ଉନ୍ନତି ହେବା ସହ ନିଯୁକ୍ତି ପାଇପାରିବେ ସ୍ଥାନୀୟ ଲୋକେ । ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଥିବା ୫ଟି ସଚିବ ଭି କେ ପାଣ୍ଡିଆନ ଏପରି କହିଛନ୍ତି । ବାଲେଶ୍ୱର ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ୫ଟି ସଚିବ । ଏହା ସହିତ ବସ୍ତାରେ ଏକ ହାଇଜେନିକ ଫିସ ମାର୍କେଟ୍ ହେବା ନେଇ କହିଛନ୍ତି ଭିକେ ପାଣ୍ଡିଆନ । ଏବଂ ବଜାରରେ ୧୩୨ଟି ପିଣ୍ଡି ହେବା ନେଇ ମଧ୍ୟ କହିଛନ୍ତି । ଯାହା ଫଳରେ ମତ୍ସଜୀବୀ ମାନେ ସେଠାରେ ମାଛ ବିକ୍ରି କରିପାରିବେ । ସେଠାରୁ ବିଭିନ୍ନ ରାଜ୍ୟରୁ ମଧ୍ୟ ବ୍ୟବସାୟୀ ମାନେ ମାଛ କିଣି ପାରିବେ । ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀର ଲାଭ ପାଇବା ସହ ଆଗାମି ଦିନରେ ଏହା ଫିସରି ହବ୍ ଭାବେ ଉଭା ହେବ । ସେଠାରେ ପ୍ରତିଦିନ ପ୍ରାୟ ହଜାରେ ଟନ ମାଛ ବିକ୍ରି କରାଯିବ । ଏବଂ ଅଖପାଖ ଜିଲ୍ଲାର ମତ୍ସ୍ୟଜୀବୀ ମଧ୍ୟ ସୁବିଧା ପାଇପାରିବେ କହିଛନ୍ତି ୫ଟି ସଚିବ ।