କୋରାପୁଟ: ସ୍ତ୍ରୀର ସାବିତ୍ରୀ ବ୍ରତ ପୂଜା ପାଇଁ ସ୍ୱାମୀ ଜେଲରୁ ଫେରାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କୋରାପୁଟ ମଣ୍ଡଳ କାରଗାରର ଜଣେ କଏଦୀ ଅସୁସ୍ଥ ଆଳ ଦେଖାଇ ଚିକିତ୍ସା ପାଇଁ କୋରାପୁଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ଫେରାର ହୋଇଯାଇଥିଲେ । ଫେରାର ଅଭିଯୁକ୍ତକୁ ରାୟଗଡ଼ ଜିଲ୍ଲାରୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ଜଣକ ମାଛକୁଣ୍ଡ ଅଞ୍ଚଳର ଚିଣ୍ଟୁ ନିରକି । ସ୍ୱାମୀର ଫେରାର ହେବାରେ ସହଯୋଗ କରିଥିବା ଚିଣ୍ଟୁ ର ସ୍ତ୍ରୀକୁ ଅଟକ ରଖିଛି କୋରାପୁଟ ଟାଉନ ପୋଲିସ । ସାବିତ୍ରୀ ଅମାବାସ୍ୟା ପୂଜା କରିବା ପାଇଁ ସ୍ବାମୀକୁ ଫେରାର କରାଇବାରେ ସ୍ତ୍ରୀ ସହଯୋଗ କରିଥିବା ଅଭିଯୋଗ ହୋଇଛି ।