ଭୁବନେଶ୍ୱର; ରୋହିତ ଶର୍ମା ଜଣେ ଶ୍ରେଷ୍ଠ ଖେଳାଳୀ ଭାବେ ପରିଚିତ । ରୋହିତଙ୍କ ପାଇଁ ଭାରତୀୟ ଦଳ ବିଭିନ୍ନ ସ୍ଥାନରୁ ଟ୍ରଫି ହାତେଇଛନ୍ତି । ଏବେ ପୁଣି ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ହାତେଇଛି ଭାରତ । ଭାରତ ସପ୍ତମ ଥର ପାଇଁ ଆଇସିସି ଟାଇଟଲ ହାସଲ କରିବାକୁ ସକ୍ଷମ ହୋଇଛି । ଚାମ୍ପିୟନ୍ସ ଟ୍ରଫିରେ ଏହା ହେଉଛି ଭାରତର ତୃତୀୟ ବିଜୟ । ଭାରତ ୧୯୮୩ରେ ଦିନିକିଆ ବିଶ୍ବକପ ବିଜୟୀ ହୋଇଥିଲା ।
ଏହାପରେ ୨୦୦୨ ଚାମ୍ପିୟନ୍ସ ଟ୍ରଫିରେ ଶ୍ରୀଲଙ୍କା ସହ ଯୁଗ୍ମ ଚାମ୍ପିୟନ ହୋଇଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ୨୦୦୭ ଟି-୨୦ ବିଶ୍ବ କପ ଜିତିଥିଲା । ନ୍ୟୁଜିଲାଣ୍ଡକୁ ହରାଇ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ଏପରି ଭାବେ ଭାରତ ମୋଟ ୭ ଥର ଆଇସିସି ଟ୍ରଫି ଜିତିଛି ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଅ୍ଧବ A+ ଗ୍ରେଡ୍ ର ଖେଳାଳି କ୍ୟାପଟେନ୍ ରୋହିତ ଶର୍ମାଙ୍କ ବାର୍ଷିକ ୭କୋଟି ଟଙ୍କା ଦରମା କଣ୍ଟ୍ରାଣ୍ଟ ଜରିଆରେ ପାଇଥାନ୍ତି । ରିପୋର୍ଟ ମୁତାବକ, ରୋହିତ ନେଟୱର୍ଥ ପାଖାପାଖି ୨୧୪ କୋଟି ଟଙ୍କା । ତେବେ ଏହାଛଡା ରୋହିତଙ୍କୁ ଆଇପିଏଲରୁ ୧୬କୋଟି ଟଙ୍କା ମିଳିଥାଏ ।
ଏହାସହିତ କେବଳ କ୍ରିକେଟରୁ ହେଉଥିବା ରୋଜଗାରକୁ ଲକ୍ଷ୍ୟ କଲେ ବାର୍ଷିକ ପାଖାପାଖି ୨୩କୋଟି ରୋକଗାର କରନ୍ତି ରୋହିତ ।ତେବେ କେବଳ କ୍ରିକେଟ୍ ହିଁ ନୁହଁ ବଡ଼ ବଡ଼ କମ୍ପାନୀର ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି ରୋହିତ୍ । ହିଟମ୍ୟାନ୍ ଅନେକ ଅନ୍ତର୍ଜାତୀୟ ଏବଂ ଘରୋଇ ବ୍ରାଣ୍ଡ ସହ ମଧ୍ୟ କାମ କରନ୍ତି । ସେ ଅନେକ ବ୍ରାଣ୍ଡର Brand Ambassador ଅଛନ୍ତି ।
ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ୍ ଲିଷ୍ଟରେ CET RASNA Oral-B,Swiggy, Ixigo, Max Life Insurance, New Era, Aristocrat ଏବଂ IIFL ଭଳି ବଡ଼ ବଡ଼ କମ୍ପାନୀ ସାମିଲ୍ ରହିଛି । ତାଙ୍କର ସି-ଭ୍ୟୁ ଆପାର୍ଟମେଣ୍ଟ୍ ୬,୦୦୦ ବର୍ଗଫୁଟ୍ ପର୍ୟ୍ୟନ୍ତ ପ୍ରସାରିତ ହୋଇରହିଛି । କାର୍ କଲେକ୍ସନ୍ କରିବାକୁ ଭଲପାଉଥିବା ରୋହିତଙ୍କ ପାଖରେ ଅନେକ ବ୍ରାଣ୍ଡର କାର୍ ରହିଛି ।
ରିପୋର୍ଟ ମୁତାବକ , ହିଟମ୍ୟାନଙ୍କ କାର୍ କଲେକ୍ସନ୍ ଭିତରେ Lamborghini Urus ଯାହାର ମୂଲ୍ୟ ପାଖାପାଖି ୪.୧୮ କୋଟି ଟଙ୍କା । Mercedes Benz S Class ଯାହାର ମୂଲ୍ୟ ୧.୫୦ କୋଟି ଟଙ୍କା , Mercedes GLS 400D, BMW M5 ଏବଂ Range Rover HSE LWB