ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରାଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରାଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ । ଶିକ୍ଷକ ବଦଳି ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ କରିବା ପରେ ପ୍ରତିକ୍ରିୟା । ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତ ଆବଶ୍ୟକତାକୁ ଦେଖି ଶିକ୍ଷକ ବଦଳି କରାଯାଏ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷକ ବଦଳି ହୋଇଥାଏ । ରାଜନୈତିକ ହସ୍ତକ୍ଷେପ ନେଇ ହାଇକୋର୍ଟଙ୍କ ଆଦେଶ ତର୍ଜମା କରିବୁ । ବଦଳିରେ କେମିତି ସ୍ୱଚ୍ଛତା ଆସିବ ସେ ନେଇ ବିଭାଗ କାମ କରିବ ।

*

ତେବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଲାଗିଛୁ ଜୋରଦାର ଝଟକା । ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କରିଛନ୍ତି ହାଇକୋର୍ଟ । ଶିକ୍ଷକ ବଦଳି ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ୧୫ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କୁ କ୍ଷମତା ଦେଇଥିଲେ ସରକାର । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି ।ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି  ବିଜେଡି ଦଳ ନେତା ଅରୁଣ ସାହୁ । ​​​​​​​ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗ କୋର୍ଟକୁ ଯାଏ, କୋର୍ଟରେ ମଧ୍ୟ ଷ୍ଟେ ହୁଏ । ସରକାର ତାଙ୍କ ପକ୍ଷ ରଖିବେ । ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତି ସର୍ବମାନ୍ୟ । ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଛନ୍ତି ଯେ, ହାଇକୋର୍ଟ ଭାବି ଚିନ୍ତି ନିଷ୍ପତ୍ତି କରିଥିବେ । ବିଧାୟକଙ୍କ ଉପରେ ଚାପ ପଡ଼ୁଥିଲା । ଯେଉଁମାନେ ଯୋଗ୍ୟ ସେମାନଙ୍କ ବଦଳି ହେଉଥିଲା । ହାଇକୋର୍ଟ ଭଲ ନିଷ୍ପତ୍ତି ନେଇଛନ୍ତି ।