ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ

ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସି । ସକାଳ ୮ଟା ହେଉଗଲେ ବାହରକୁ ବାହାରିବା କଷ୍ଟକର ହୋଇପଡୁଛି । ରାଜଧାନୀ ସମେତ  ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ସେହିପରି ଆଜି ସକାଳ ୮ଟାରେ ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା ୩୨ଡିଗ୍ରୀ ପାର କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।  ଭୁବନେଶ୍ୱରର ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଆଦ୍ରତା ୭୪.୨% ରେକର୍ଡ କରାଯାଇଛି।

ସେପଟେ ଆଜିଠୁ କାଳବୈଶାଖୀ ବର୍ଷାର ପ୍ରଭାବ ରହିଛି ।  ଆଜି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ହେଲେ ବି ଗୁଳୁଗୁଳି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।  ବର୍ଷା ଯୋଗୁଁ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ପ୍ରାୟ ୪-୫ ଡିଗ୍ରୀ ସେଲସିୟସ ହ୍ରାସ ହୋଇଥିବାବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି । ୧୮ ତାରିଖ ପର୍ଯ୍ୟନ୍ତ ଏହି ଆଲର୍ଟ ଜାରି କରାଯାଇଛି । ସପ୍ତାହେ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।