କଳାହାଣ୍ଡି-: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋପାଳପୁର ପଂଚାୟତ ଟୁନାପାରି ଗାଁ ମୁଖ୍ୟ ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟ ଉପରେ ଏକ ଆମ୍ବଗଛ ପଡି ବିଦ୍ୟୁତ ତାର ଛିଣ୍ଡିବା ସହିତ ରାସ୍ତା ଅବରୋଧ ହୋଇଛି । ଏହି ରାସ୍ତା ଭାରତ କେନ୍ଦ୍ର ପଡିଆ ଠାରୁ ଇନ୍ଦ୍ରାବତୀ ଛକ ପର୍ଯ୍ୟନ୍ତ ସଂଯୋଗ କରୁଥିବାରୁ ଗମନା ଗମନରେ ଅସୁବିଧା ହେଇଛି । ଛିଣ୍ଡି ପଡିଥିବା ତାରରେ ବିଦ୍ୟୁତ ଥିବା ଭୟରେ ଉକ୍ତ ରାସ୍ତା ଦେଇ ଲୋକେ ଯିବା ଆସିବା ବନ୍ଦ କରି ଦେଇଛନ୍ତି । ତେବେ ଏଥିପ୍ରତି ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ ବିଭାଗ ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।