ବଙ୍ଗୋପ ସାଗରରେ ଗଭୀର ଅବପାତ, ଘଣ୍ଟା ପ୍ରତି ୧୦ କିମି ବେଗରେ ମାଡ଼ିଆସୁଛି ଗଭୀର ଅବପାତ

ଭୁବନେଶ୍ଵର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଗଭୀର ଅପପାତର ରୂପ ନେଉଛି । ବିଶାଖପାଟଣାଠାରୁ ୩ ଶହ କିଲୋମିଟର ଓ ଗୋପାଳପୁରଠାରୁ ୩୨୦ କିଲୋମିଟର ଦୂରରେ ରହି ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି ଅବପାତ। ଏହ ଆଜି ରାତିରେ କିମ୍ବା କାଲି ସକାଳେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ।

ଏହା ଦିନ ୧୧.୩୦ସମୟରେ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ରୁ ପ୍ରାୟ ୪୦୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଅର୍ଥାତ୍ ଗୋପାଳପୁର (ଓଡ଼ିଶା) ରୁ ୪୨୦କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଓ ପୁରୀ (ଓଡ଼ିଶା) ରୁ ୪୫୦ କିଲୋମିଟର ଦକ୍ଷିଣ ଏବଂ ପାରାଦୀପ (ଓଡ଼ିଶା) ରୁ ୫୦୦ କିଲୋମିଟର ଦକ୍ଷିଣରେ ଥିଲା। ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି।

ଆକଳନ କରାଯାଉଛି,ଗୁରୁବାର  ଦିନ ସକାଳବେଳା ସମସ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ  ବର୍ଷା ସମ୍ଭାବନା ଅଛି । ଉପରବେଳା ବର୍ଷା ବଢ଼ିବ । ପ୍ରାୟ ସାରା ଓଡ଼ିଶାରେ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଆଭ୍ୟନ୍ତରୀଣ କଟକ, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳରେ ସ୍ଥାନେ ସ୍ଥାନେ ମଧ୍ୟମରୁ ଭାରି ବର୍ଷା ଅଛି । ସୁନ୍ଦରଗଡ଼ ଓ ସଂଲଗ୍ନ ଅଞ୍ଚଳରେ ପାଗ ଶୁଖିଲା ରହିବ । ପାରାଦୀପ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ। ପ୍ରଭାବରେ ଓଡିଶା ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା। ଟୁଇନ୍ ସିଟିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଗଭୀରଅବପାତ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ଏବଂ ପବନର ପ୍ରଭାବ ସମ୍ଭାବନା ରହିଛି ।