ଦୁଇଦିନ ହେଲା ବର୍ଷାରେ ବେହାଲ ଟ୍ୱିନ ସିଟି

ଭୁବନେଶ୍ୱର : ଗତ ଦୁଇଦିନ ହେଲା ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ବର । କୃତ୍ରିମ ବର୍ଷାରେ ଘର ବୁଡ଼ିଛି ଗାଡ଼ି ଭାସୁଛି। ବର୍ଷା ଛାଡ଼ି ଥିଲେବି କମିନି ଲୋକଙ୍କ ଦୁର୍ଦ୍ଦଶା। ଏବେବି ଜଳବନ୍ଦୀ ଦିନ କାଟୁଛନ୍ତି ରାଜଧାନୀ ବାସି। ଭୁବନେଶ୍ବରର ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖା ଦେଇଛି। କେଉଁଠି ରାସ୍ତା ଘାଟ ପାଣିରେ ବୁଡିଛି ତ କେଉଁଠି ଘରେ ପଶିଛି ପାଣି । ଏ ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।

ସେପଟେ ଲଗାଣ ବର୍ଷରେ କଟକରେ ମଧ୍ୟ ସ୍ଥିତି ବେହାଲ୍। ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଘରେ ମଧ୍ୟ ପାଣି ପଶିଯାଇଛି। ଲୋକେ ରାତି ଅନିଦ୍ରା ହୋଇ ଘରୁ ପାଣି ବାହାର କରୁଛନ୍ତି। ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ଲୋକେ ହଇରାଣ ହେଉଛନ୍ତି। ଏହିସବୁ ଅଞ୍ଚଳରେ ଲୋକେ ଘରୁ ପଦାକୁ ବି ବାହାରି ପାରୁନାହାନ୍ତି ।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝରରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ଆଜି ପ୍ରବଳ ବର୍ଷା ସମ୍ଭାବନା ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ। ସେହିପରି ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ।